ଓଡିଶା

odisha

ETV Bharat / state

ACF death mystery: ପାରଳାଖେମୁଣ୍ଡିରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍ - ACF death

ବହୁ ଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାର ତଦନ୍ତ ଦାୟିତ୍ବ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର । ପାରଳାଖେମୁଣ୍ଡିରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ୍ ଅଧିକାରୀଙ୍କ ସହ ପାଞ୍ଚ ଜଣିଆ ବିଭିନ୍ନ ଏକ୍ସପର୍ଟ ଟିମ୍ । ଅଧିକ ପଢନ୍ତୁ...

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା, ପାରଳାଖେମୁଣ୍ଡିରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା, ପାରଳାଖେମୁଣ୍ଡିରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍

By

Published : Aug 14, 2021, 2:48 PM IST

Updated : Aug 14, 2021, 5:16 PM IST

ଗଜପତି:ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ତଦନ୍ତ ଭାର ଏବେ କ୍ରାଇମବ୍ରାଞ୍ଚ ହାତକୁ ଯାଇଛି । ଏହି ଘଟଣାକୁ ଇତି ମଧ୍ୟରେ 1 ମାସରୁ ଅଧିକ ସମୟ ବିତିସାରିଥିଲେ ମଧ୍ୟ ଏହାର ତଦନ୍ତ କରୁଥିବା ପୋଲିସ୍‌ କୌଣସି ନିଷ୍କର୍ସରେ ପହଞ୍ଚି ପାରିନାହିଁ । ତେଣୁ ତଦନ୍ତକାରୀ ଅଧିକାରୀଙ୍କ ଉପରେ ଭରସା ହଟିଥିବାରୁ ଏହି ମାମଲା ଏବେ କ୍ରାଇମବ୍ରାଞ୍ଚ ହାତକୁ ଚାଲିଯାଇଥିବା କୁହାଯାଉଛି ।

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା, ପାରଳାଖେମୁଣ୍ଡିରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍

ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚର ଏକ ଟିମ୍ ପାରଳାଖେମୁଣ୍ଡିରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି । ସମ୍ପୂର୍ଣ୍ଣ ଭାବେ ମୂଳରୁ ତଦନ୍ତ ପାଇଁ ନିର୍ଦ୍ଦେଶ ରହିଥିବାରୁ ସେହି ଅନୁସାରେ ତଦନ୍ତ ଆରମ୍ଭ ହୋଇଛି । ତଦନ୍ତ ପରେ ହିଁ ସବୁକିଛି ସ୍ପଷ୍ଟ ହେବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଏସପି ଜ୍ଞାନ ରଞ୍ଜନ ମିଶ୍ର ।

ଆଜି କ୍ରାଇମବ୍ରାଞ୍ଚ ଟିମ୍ ପାରଳାଖେମୁଣ୍ଡିରେ ପହଞ୍ଚିବା ପରେ ପ୍ରଥମେ ଥାନାରେ ପୂର୍ବତନ ତଦନ୍ତକାରୀ ଅଧିକାରୀଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ । ଏହାପରେ ତଦନ୍ତ ଫାଇଲ୍ ଗ୍ରହଣ କରିବା ପରେ ଘଟଣାସ୍ଥଳ କୁହାଯାଉଥିବା ସୌମ୍ୟଙ୍କ ସରକାରୀ ବାସଭବନକୁ ଯାଇଥିଲେ । ସେଠାର ପ୍ରାୟ ଅଢେଇ ଘଣ୍ଟା ଧରି କ୍ରାଇମବ୍ରାଞ୍ଚ ଟିମ୍ ଏବଂ ସେମାନଙ୍କ ସାଙ୍ଗରେ ଆସିଥିବା ବିଭିନ୍ନ ଏକ୍ସପର୍ଟ ଟିମ୍ ଆବଶ୍ୟକତା ଅନୁସାରେ ଛାନଭିନ କରିଥିଲେ । ଏନେଇ କ୍ରାଇମବ୍ରାଞ୍ଚ ଡିଏସପି ଜ୍ଞାନରଞ୍ଜନ ମିଶ୍ର କହିଛନ୍ତି ଯେ, ତଦନ୍ତ ସମ୍ପୂର୍ଣ୍ଣ ଭାବେ ମୂଳରୁ ହେବ ଏବଂ ଆବଶ୍ୟକ ପଡିଲେ ସମସ୍ତଙ୍କୁ ଜେରା କରାଯିବ ।

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା, ପାରଳାଖେମୁଣ୍ଡିରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍

ତେବେ ସୌମ୍ୟଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଆସୁଛି । ବିଳମ୍ବରେ ହେଲେ ମଧ୍ୟ କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ବ ମିଳିବା ପରେ ମାମଲାର ସତ୍ୟାସତ୍ୟା ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Last Updated : Aug 14, 2021, 5:16 PM IST

ABOUT THE AUTHOR

...view details