ଗଜପତି: ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ପତ୍ନୀ ବିଦ୍ୟା ଭାରତୀଙ୍କ ବାପଘର ସଦସ୍ୟଙ୍କୁ ଜେରା କରିବ ପୋଲିସ । ଆଜି(ରବିବାର) ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁଙ୍କ ନେତୃତ୍ବରେ ପୋଲିସର ଏକ 6 ଜଣିଆ ଟିମ୍ ବିଦ୍ୟା ଭାରତୀଙ୍କ ବାପଘର କପ୍ତିପଦା ଅଭିମୁଖେ ବାହାରିଛି । ଏହି ଟିମ୍ ପ୍ରଥମେ ସୌମ୍ୟଙ୍କ ଘରକୁ ଯାଇ ସେଠାରେ ତାଙ୍କ ମାଆ, ମାଇଁ ଏବଂ ଅନ୍ୟ ସମ୍ପର୍କୀୟଙ୍କ ବୟାନ ରେକର୍ଡ କରିବ ।
ACF ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା, ପତ୍ନୀଙ୍କ ସମ୍ପର୍କୀୟଙ୍କୁ ଜେରା କରିବ ପୋଲିସ - ଏସିଏଫ ସୌମ୍ୟରଞ୍ଜନ
ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାର ଦୋଷୀକୁ ଧରିବା ପାଇଁ ତଦନ୍ତ ଜାରି ରଖିଛି ପୋଲିସ । ପତ୍ନୀଙ୍କ ବାପଘର ସଦସ୍ୟଙ୍କୁ ଜେରା କରିବ ପୋଲିସ । ଅଧିକ ପଢନ୍ତୁ...
ACF ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା, ପତ୍ନୀଙ୍କ ସମ୍ପର୍କୀୟଙ୍କୁ ଜେରା କରିବ ପୋଲିସ
ACF ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା, ପତ୍ନୀଙ୍କ ସମ୍ପର୍କୀୟଙ୍କୁ ଜେରା କରିବ ପୋଲିସ
ଏହାପରେ ବିଦ୍ୟା ଭାରତୀଙ୍କ ନିକଟରେ ପହଞ୍ଚି ତାଙ୍କୁ ପଚରାଉଚରା କରାଯିବା ନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି । ବିଦ୍ୟାଭାରତୀଙ୍କୁ ପଚରାଉଚରା ସମୟରେ ସତ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି । ହେଲେ ସତ ଓଗାଳିବାରେ ପୋଲିସ କେତେ ସଫଳ ହେବ ତାହା ଦେଖିବାକୁ ବାକି ରହିଲା । ସେପଟେ ଗଜପତି ଏସପି ତପନ କୁମାର ପଟ୍ଟନାୟକ ଶନିବାର ସୌମ୍ୟରଞ୍ଜନଙ୍କ ସରକାରୀ ବାସଭବନକୁ ଯାଇ ସ୍ଥିତି ପରଖିଛନ୍ତି । ଏହି ସମୟରେ ପୋଲିସ ଡେମୋ ମଧ୍ୟ କରିଛି । ତଦନ୍ତ ଜୋରଦାର ଚାଲି ଥିବାବେଳେ ଦୋଷୀ ଖୁବଶୀଘ୍ର ଧରାପଡିବ ବୋଲି ଏସପି କହିଛନ୍ତି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ