ଓଡିଶା

odisha

By

Published : Jul 7, 2023, 5:51 PM IST

ETV Bharat / state

ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା, ବିଦ୍ୟାଭାରତୀଙ୍କ ପରେ ଅନ୍ୟ ଦୁଇ ଜଣଙ୍କୁ ଆଶ୍ବସ୍ତି

ବହୁଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଆଉ ଦୁଇ ଜଣଙ୍କୁ ଆଶ୍ବସ୍ତି ମିଳିଛି । ପାରଳାଖେମୁଣ୍ଡି SDJM କୋର୍ଟ ମାମଲାରେ ପୂର୍ବରୁ ପତ୍ନୀ ବିଦ୍ୟାଭାରତୀଙ୍କୁ ଆଶ୍ବସ୍ତି ମିଳିବା ପରେ ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କୁ ମଧ୍ୟ ଗିରଫରୁ ଆଶ୍ବସ୍ତି ମିଳିଛି । ଅଧିକ ପଢ଼ନ୍ତୁ

acf soumya ranjan death case
ବହୁଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା

ବହୁଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା

ଗଜପତି: ବହୁଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ତିନି ଜଣଙ୍କୁ ଆଶ୍ବସ୍ତି ମିଳିଛି । ପାରଳାଖେମୁଣ୍ଡି SDJM କୋର୍ଟ ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କୁ ଆଶ୍ବସ୍ତି ମିଳିବା ପରେ ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କୁ ମଧ୍ୟ ଗିରଫରୁ ଆଶ୍ବସ୍ତି ମିଳିଛି । ଉକ୍ତ ତିନି ଜଣଙ୍କ ବିରାଧରେ ହତ୍ୟା ଏବଂ ଅପରାଧିକ ଷଡଯନ୍ତ୍ର ଅଭିଯୋଗର ବିଚାର ପ୍ରକ୍ରିୟା ବେଳେ ବାରମ୍ବାର କୋର୍ଟଙ୍କ ସମନ ପରେ ମଧ୍ୟ ସେମାନେ କୋର୍ଟରେ ହାଜର ହେଉନଥିଲେ ।

ସେମାନଙ୍କ ବିରୁଦ୍ଧରେ ପାରଳାଖେମୁଣ୍ଡି SDJM କୋର୍ଟ ଜାମିନ ବିହିନ ଗିରଫ ପରୱାନା ଜାରି କରିଥିଲେ । ଆଜି (ଶୁକ୍ରବାର) କୋର୍ଟରେ ହାଜର କରାଇବା ପାଇଁ ନିର୍ଦ୍ଦେଶ ଜାରି ହୋଇଥିଲା । ହାଇକୋର୍ଟରୁ କେସ ନମ୍ବର 22/2022,1ସିସିରେ ଜାମିନ ବିହୀନ ଗିରଫ ପରୱାନା ଉପରେ ସ୍ଥଗିତାଦେଶ ନିର୍ଦ୍ଦେଶ ଆଣି ପାରଳାଖେମୁଣ୍ଡି SDJM କୋର୍ଟରେ ବିଦ୍ୟାଭାରତୀ ପଣ୍ଡାଙ୍କ ପକ୍ଷରୁ ତାଙ୍କ ଓକିଲ ଲକ୍ଷ୍ମୀକାନ୍ତ ଅଧିକାରୀ ଦାଖଲ କରିଥିବା କହିଛନ୍ତି । ଏହି ପରିପ୍ରେକ୍ଷୀରେ ତିନି ଜଣଙ୍କୁ ଗିରଫ ହେବାରୁ ଆଶ୍ୱସ୍ତି ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ:ACF Soumya Death: ପତ୍ନୀ ବିଦ୍ୟାଭାରତୀଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି


ବହୁଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରାଷେୟା ମନ୍ମଥ କୁମ୍ଭଙ୍କୁ କୋର୍ଟରେ ହାଜର ହେବାକୁ ନୋଟିସ ଜାରି ହୋଇଥିଲେ ମଧ୍ୟ ସେମାନେ ହାଜର ହୋଇନଥିଲେ । ଫଳରେ ପାରଳାଖେମୁଣ୍ଡି SDJM କୋର୍ଟ 3ଜଣଙ୍କ ବିରୁଦ୍ଧରେ ଜାମିନବିହୀନ ୱାରେଣ୍ଟ ଜାରି କରିଥିଲେ । ସେମାନଙ୍କ ବିରାଧରେ ହତ୍ୟା ଏବଂ ଅପରାଧିକ ଷଡଯନ୍ତ୍ର ଅଭିଯୋଗ ରହିଥିଲା । ଏହାର ବିଚାର ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ବାରମ୍ବାର କୋର୍ଟଙ୍କ ସମନ ପରେ ମଧ୍ୟ କୋର୍ଟରେ ହାଜର ହେଉନଥିଲେ । ୭ ଜୁଲାଇ ଅର୍ଥାତ ଆଜି କୋର୍ଟରେ ହାଜର କରାଇବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଥିଲା । ତେବେ କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ କରୁଥିବାବେଳେ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ଦୋଷୀ କହିବା ସହ ଅନ୍ୟ 2 ଜଣଙ୍କୁ କ୍ଳିନ୍ ଚିଟ୍ ଦେଇଥିଲା । ତେବେ ଏହାର ପ୍ରତିବାଦରେ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର କୋର୍ଟଙ୍କ ଦ୍ବାରସ୍ଥ ହୋଇ ଏହି ମାମଲାର ପୁନଃ ବିଚାର ପାଇଁ ଆବେଦନ କରିଥିଲେ । ଅଭିରାମଙ୍କ ଆବେଦନକୁ ଗ୍ରହଣ କରି ପାରଳାଖେମୁଣ୍ଡି SDJMଙ୍କ ଅଦାଲତରେ ମାମଲା ବିଚାରଧୀନ ରହିଛି ।


ପ୍ରକାଶ ଥାଉକି, ଏହି ମାମଲାର 3 ଅଭିଯୁକ୍ତ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କୁ ହାଜର ପାଇଁ କୋର୍ଟ ଗତ ମେ 16, ମେ 27, ଜୁନ 19 ଏବଂ ଜୁନ 23 ତାରିଖରେ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସେମାନେ ହାଜର ହୋଇନାହାନ୍ତି । ଯାହାକୁ ନେଇ ପାରଳାଖେମୁଣ୍ଡି SDJM କୋର୍ଟ ନାପସନ୍ଦ କରିବା ସହ ଜାମିନ ବିହୀନ ଗିରଫ ନିର୍ଦ୍ଦେଶନାମା ଜାରି କରିଥିଲେ ।

ଇଟିଭି ଭାରତ, ଗଜପତି

ABOUT THE AUTHOR

...view details