ଓଡିଶା

odisha

ETV Bharat / state

ACF ମୃତ୍ୟୁ ଘଟଣା, କ୍ରାଇମବାଞ୍ଚ ଉପରେ ଆଶା ବାନ୍ଧିଲା ମାନବାଧିକାର ପରିଷଦ - crime branch

ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା । କ୍ରାଇମବାଞ୍ଚ ଉପରେ ଆଶା ବାନ୍ଧିଲା ମାନବାଧିକାର ପରିଷଦ । ଖୁବଶିଘ୍ର ସତ୍ୟାସତ୍ୟ ସାମ୍ନାକୁ ଆସିବା ନେଇ ଆଶା । ଅଧିକ ପଢନ୍ତୁ...

ACF ମୃତ୍ୟୁ ଘଟଣା, କ୍ରାଇମବାଞ୍ଚ ଉପରେ ଆଶା ବାନ୍ଧିଲା ମାନବାଧିକାର ପରିଷଦ
ACF ମୃତ୍ୟୁ ଘଟଣା, କ୍ରାଇମବାଞ୍ଚ ଉପରେ ଆଶା ବାନ୍ଧିଲା ମାନବାଧିକାର ପରିଷଦ

By

Published : Aug 19, 2021, 10:58 PM IST

ଗଜପତି: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା । ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟିମ ଗୁରୁବାର କାହାକୁ ବି ଜେରା କରିନାହିଁ । କେବଳ ସେମାନେ ରହୁଥିବା ପୁଲିସ୍ ଗେଷ୍ଟ ହାଉସରେ ବସି ଗତ ୫ ଦିନର ଛାନଭିନ ଏବଂ ପଚରାଉଚୁରାରେ ଯାହା ତଥ୍ୟ ମିଳିଛି, ତାହାର ତର୍ଜମା କରିବା ସହ ଆଗାମୀ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି ।

ACF ମୃତ୍ୟୁ ଘଟଣା, କ୍ରାଇମବାଞ୍ଚ ଉପରେ ଆଶା ବାନ୍ଧିଲା ମାନବାଧିକାର ପରିଷଦ

ଯଦିଓ ଏନେଇ କ୍ରାଇମବ୍ରଞ୍ଚ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ, ତଥାପି ତଦନ୍ତ ବେଳେ କ୍ରାଇମବ୍ରାଞ୍ଚ ହାତରେ ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଲାଗିଛି । ତେଣୁ ତାହାକୁ ଆଧାର କରି ଆସନ୍ତାକାଲି ଘଟଣାର ଅନ୍ୟତମ ଅଭିଯୁକ୍ତ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ଜେରା କରିବା ସହ ପୂର୍ବରୁ ଏହି ଘଟଣାର ତଦନ୍ତ କରୁଥିବା ପାରଳାଖେମୁଣ୍ଡି ଥାନା ଅଧିକାରୀଙ୍କ ମଧ୍ୟ କ୍ରାଇମବ୍ରାଞ୍ଚ ଟିମ୍ ପଚରାଉଚରା କରିପାରେ । ପୋଲିସର ତଦନ୍ତକୁ ନେଇ ବାରମ୍ବାର ପ୍ରଶ୍ନ ଉଠାଇଥିବା ମାନବାଧିକାର ପରିଷଦ କିନ୍ତୁ କ୍ରାଇମବ୍ରାଞ୍ଚର ତଦନ୍ତକୁ ନେଇ ସନ୍ତୋଷ ପ୍ରକାଶ କରିବା ସହ ଅତିଶୀଘ୍ର ଘଟଣା ପଛର ସତକୁ କ୍ରାଇମବ୍ରାଞ୍ଚ ଲୋକଲୋଚନକୁ ଆଣିପାରିବ ବୋଲି ସେମାନେ ଆଶା ରଖିଥିବା କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details