ଓଡିଶା

odisha

ETV Bharat / state

ସଡକ ଦୁର୍ଘଟଣାରେ ଦୁଇ ସ୍କୁଲ ଛାତ୍ରୀ ଗୁରୁତର - 2 student injured

ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଅନ୍ତର୍ଗତ ଅଲଡ଼ା ଗ୍ରାମର ଦୁଇ ଛାତ୍ରୀ ହେଉଛନ୍ତି ରଶ୍ମିତା ନାଗ (15)ଓ ଖୁସି ନାଗ ଜୟା ନନ୍ଦ ହାଇସ୍କୁଲ ଯାଉଥିବା ବେଳେ ଏକ ମିନି ଭ୍ୟାନ୍ ସେମାନଙ୍କୁ ଧକ୍କା ଦେଇଥିଲା। ଏ ଦୁର୍ଘଟଣାରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ରଶ୍ମିତା ନାଗଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଫଟୋ ସୌଜନ୍ୟ:ପ୍ରତିନିଧି, ଗଜପତି

By

Published : Aug 3, 2019, 2:22 PM IST

ଗଜପତି: ସଡକ ର୍ଦୁଘଟଣାରେ ଦୁଇ ଛାତ୍ରୀ ଗୁରୁତର ହୋଇଛନ୍ତି । ଏଭଳି ଅଭାଗନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଅଲଡ଼ା ଗ୍ରାମ ନିକଟରେ । ଗୁରୁତର ଦୁଇ ଛାତ୍ରୀ ହେଉଛନ୍ତି ରଶ୍ମିତା ନାଗ (15)ଓ ଖୁସି ନାଗ (15) ।


ସୂଚନା ଅନୁଯାୟୀ, ରଶ୍ମିତା ଓ ଖୁସି ବିଜୟା ନନ୍ଦ ହାଇସ୍କୁଲରେ ଦଶମ ଶ୍ରେଣୀର ପାଠ ପଢନ୍ତି । ପ୍ରତିଦିନ ପରି ଶନିବାର ମଧ୍ୟ ସେମାନେ ସ୍କୁଲ ଯାଉଥିଲେ । ଏହି ସମୟରେ ପାରଳାଖେମୁଣ୍ଡିରୁ ଗୁଣୁପୁର ଯାଉଥିବା ଗୋଟିଏ ମିନି ଭ୍ୟାନ୍ ସେମାନଙ୍କୁ ଧକ୍କା ଦେଇଥିଲା ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଗଜପତି

ଫଳରେ ଘଟଣା ସ୍ଥଳ ରେ ଦୁଇ ଛାତ୍ରୀ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ଦୁଇଜଣଙ୍କୁ ପାରଳାଖେମୁଣ୍ଡି ସରକାରୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ମାତ୍ର ରଶ୍ମିତା ନାଗଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।


ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details