ଓଡିଶା

odisha

ETV Bharat / state

ବ୍ୟାରେଜକୁ ଖସିଲା କାର: 2 ମୃତ, 3 ଗୁରୁତର ଆହତ - accident in andhra pradesh

ବିଳମ୍ବିତ ରାତିରେ ବ୍ୟାରେଜକୁ ଖସିପଡିଲା କାର । ଏହା ଯୋଗୁଁ 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, 3 ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ପରେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ...

accident in andhra pradesh
ବ୍ୟାରେଜକୁ ଖସିଲା କାର; 2 ମୃତ, 3 ଗୁରୁତର ଆହତ

By

Published : Jan 31, 2020, 12:04 PM IST

ପାରଳାଖେମୁଣ୍ଡି: ବିଳମ୍ବିତ ରାତିରେ ବ୍ୟାରେଜକୁ ଖସିପଡିଲା କାର । ଏହା ଯୋଗୁଁ 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 3 ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ପରେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଗୁରୁବାର ବିଳମ୍ବିତ ରାତିରେ ପାରଳାଖେମୁଣ୍ଡିରୁ କାକିନାଡା ଅଭିମୁଖେ ଯାଉଥିବା ଗୋଟିଏ କାର ଆନ୍ଧ୍ରପ୍ରଦେଶର ଗୋଟା ବ୍ୟାରେଜକୁ ଖସି ପଡିବା ଫଳରେ 2ଜଣଙ୍କ ମୃତ୍ୟୁ ଘଟିଥିଲା । ମୃତକ ଦ୍ବୟ ହେଉଛନ୍ତି କାକିନାଡାର ଏନଭିଏସ.ପବନ(32), ଖମାମର ବି.ଚନ୍ଦ୍ର(45)।

ବ୍ୟାରେଜକୁ ଖସିଲା କାର; 2 ମୃତ, 3 ଗୁରୁତର ଆହତ

ସେହିପରି ଗୁରୁତର ହେଉଛନ୍ତି କାକିନାଡାର ଏସ୍.ପ୍ରବୀଣ, ବୋବିଲିର ଏସ୍.ମହେଶ୍ବର ରାଓ ଓ ମଗୋଲତୁରୁର ପି.ଭି.ଗିରିପ୍ରସାଦ ବୋଲି ହିରମଣ୍ଡଳ ଥାନା ଅଧିକାରୀ ଜଣାଇଛନ୍ତି। ସେମାନେ ସାଙ୍ଗ ବାହାଘରକୁ ପାରଳାଖେମୁଣ୍ଡି ଆସି ଫେରିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details