ପାରଳାଖେମୁଣ୍ଡି: ପୁଲୱାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ 100ଫୁଟ ଲମ୍ବର ତ୍ରିରଙ୍ଗା ଧରି ନଗର ପରିକ୍ରମା କରି ଏକ ବିଶାଳ ଶୋଭାଯାତ୍ରା ଆୟୋଜନ କରାଯାଇଛି । ପାରଳାଖେମୁଣ୍ଡିର ସମସ୍ତ କଲେଜର ଦେଢ଼ ଶହରୁ ଅଧିକ ଛାତ୍ର ଛାତ୍ରୀ ଧରି ତ୍ରୀରଙ୍ଗା ପତାକା ସହ ସହର ପରିକ୍ରମା କରିଥିଲେ । ସହିଦ ଯବାନଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ । ଏହି ଶୋଭାଯାତ୍ରା ପାରଳାଖେମୁଣ୍ଡି ସହରର କଲେଜ ଛକ ନିକଟରୁ ବାହାରି ଅମର ଯବାନଙ୍କ ଜୟ ଜୟ କରି ସହର ପରିକ୍ରମା କରିଥିଲା । ଦେଶରେ ଯୁବଶକ୍ତି ସଜାଗ ହେଲେ ଆତଙ୍କବାଦୀ ଆକ୍ରମଣ କିମ୍ବା ବିଦେଶୀ ଆକ୍ରମଣ କବଳରୁ ଦେଶକୁ ରକ୍ଷା କରା ଯାଇପାରିବ ଏହି ଅବସରରେ ମତ ପ୍ରକାଶ ପାଇଛି ।
ପୁଲୱାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏବିଭିପିର ବିଶାଳ ଶୋଭାଯାତ୍ରା - ପୁଲୱାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇ ଗଜପତି ଜିଲ୍ଲାରେ 100ଫୁଟ ଲମ୍ବର ତ୍ରିରଙ୍ଗା
ପୁଲୱାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇ ଗଜପତିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ 100ଫୁଟ ଲମ୍ବର ତ୍ରିରଙ୍ଗା ଧରି ନଗର ପରିକ୍ରମା କରିବା ଏକ ବିଶାଳ ଶୋଭାଯାତ୍ରା ଆୟୋଜନ କରାଯାଇଛି ।

ପୁଲୱାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏବିଭିପିର ବିଶାଳ ଶୋଭାଯାତ୍ରା
ପୁଲୱାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏବିଭିପିର ବିଶାଳ ଶୋଭାଯାତ୍ରା
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ