ଓଡିଶା

odisha

ETV Bharat / state

ଆମ୍ବୁଲାନ୍ସ ନୁହେଁ ଭାରରେ ମେଡିକାଲ ଗଲେ ରୋଗୀ - a tyaphoid patience sling in raygad block

ଗଜପତି ଜିଲ୍ଲାରେ ଜଣେ ଟାଏଫଏଡ ରୋଗୀକୁ ଗ୍ରାମବାସୀ ଭାରରେ ବୋହି ମେଡିକାଲକୁ ନେଇ ଆସିଥବାର ଖବର ମିଳିଛି । ସେହି ରୋଗୀଙ୍କର ବେସରକାରୀ ମେଡିକାଲରେ ଚିକିତ୍ସା କରାଯାଇଛି।

ଫଟୋ ସୌଜନ୍ୟ : ପ୍ରତିନିଧି,ଗଜପତି

By

Published : Oct 29, 2019, 5:33 PM IST

ଗଜପତି: ‘ମୋ ସରକାର’ ଯୋଜନା ମାଧ୍ୟମରେ ରାଜ୍ୟରେ ଉପଲବ୍ଧ ହେଉଥିବା ସ୍ବାସ୍ଥ୍ୟସେବାରେ ପରିବର୍ତ୍ତନ ଆଣିବାକୁ ସରକାରୀ ସ୍ତରରେ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି । ହେଲେ ତାହାର ସୁଫଳ ଲୋକଙ୍କ କେତେ ପହଞ୍ଚୁଛି ତାହା ଗଜପତି ଜିଲ୍ଲାରେ ଦେଖିବାକୁ ମିଳିଛି । ଏଠାରେ ଜଣେ ଟାଇଫଏଡ ରୋଗୀକୁ ଭାରାରେ ବୋହି ମେଡିକାଲକୁ ନେଇଛନ୍ତି ଲୋକେ।

ଗଜପତି ଜିଲ୍ଲାରେ ଭାରରେ ବୁହା ହେଲେ ରୋଗୀ

ଜିଲ୍ଲାର ରାୟଗଡ ବ୍ଲକ ଅଧିନସ୍ଥ ସାନତୁଣ୍ଡି ପଞ୍ଚାୟତର ସନ୍ଦିଗାଁର ରୁବେନ କାର୍ଯୀ (65) ଅନେକ ଦିନ ଧରି ମ୍ୟାଲେରିଆ, ଟାଇଫଏଡ୍ ଓ ନିମ୍ନ ରକ୍ତଚାପ (ଲୋ ବିପି) ଆକ୍ରାନ୍ତ ହୋଇଥିଲେ। ତାଙ୍କର ସ୍ବାସ୍ଥ୍ୟାବସ୍ଥା ସୁଧୁରିବା ପରିବର୍ତ୍ତେ ଦିନକୁ ଦିନ ଅଧିକ ଖରାପ ହେବାରେ ଲାଗିଥିଲା l ଗତ ସୋମବାର ତାଙ୍କର ସ୍ବାସ୍ଥ୍ୟବସ୍ଥା ହଠାତ୍ ଗୁରୁତର ହେବାରୁ ତାଙ୍କୁ ମେଡିକାଲକୁ ନେବାପାଇଁ ଗ୍ରାମବାସୀ ଭାରାର ସାହାର୍ଯ୍ୟ ନେଇଥିଲେ। ରୁବେନଙ୍କ ଚିକିତ୍ସା ଏକ ବେସରକାରୀ ମେଡିକାଲରେ କରାଯାଇଛି। ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି।

ଗଜପତିରୁ ହରିହର ପଟ୍ଟନାୟକ,ଇଟିଭି ଭାରତ

ABOUT THE AUTHOR

...view details