ଓଡିଶା

odisha

ETV Bharat / state

ବଇରି ସାଜିଲା କଣ୍ଟେନମେଣ୍ଟ ଜୋନ, ଆସନ୍ନ ପ୍ରସବାଙ୍କୁ ମିଳିଲାନି ଚିକିତ୍ସା - ପାରାଳଖେମୁଣ୍ଡି ବିଧାୟକ

କଣ୍ଟେନମେଣ୍ଟ ଜୋନରୁ ଆସିଥିବାରୁ ଆସନ୍ନ ପ୍ରସବାଙ୍କୁ ମିଳିଲାନି ହସପିଟାଲରେ ଉଚିତ ଚିକିତ୍ସା । ବିଧାୟକ ଓ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଆରମ୍ଭ ହେଲା ଚିକିତ୍ସା ।

Gajapati medical hospita
ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ

By

Published : May 27, 2020, 11:19 AM IST

ଗଜପତି: ବଫର ଜୋନରୁ ଆସିଥିବାରୁ ହେଲେ ହଟହଟା । ଆସନ୍ନ ପ୍ରସବାଙ୍କ ଚିକିତ୍ସା ପାଇଁ କରିବାକୁ ପଡିଲା ଅପେକ୍ଷା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗୋଷାଣି ବ୍ଲକ ଭୁଷିଡିରୁ ଆସିଥିବା ଜଣେ ଆସନ୍ନ ପ୍ରସବାଙ୍କ ଚିକିତ୍ସା କ୍ଷେତ୍ରରେ । ପ୍ରସବ ବେଦନା ଭୋଗୁଥିବା ଗୋଷାଣି ବ୍ଲକର ଭୁଷୁଡିର ଡି.ଗୌତମୀ ନାମକ ଜଣେ ଆସନ୍ନ ପ୍ରସବାଙ୍କୁ ଦୀର୍ଘ ସମୟ ଧରି ହସ୍ପିଟାଲ ବାରଣ୍ଡାରେ ସମୟ ବିତାଇବାକୁ ପଡିଥିଲା । ଯଦିଓ ହସ୍ପିଟାଲ କର୍ତ୍ତୃପକ୍ଷ ପ୍ରଥମେ ତାଙ୍କୁ ଜଏନ କରି ଚିକିତ୍ସା ଆରମ୍ଭ କରିଥିଲେ। କିନ୍ତୁ ବଫର ଜୋନରୁ ଆସିଥିବା ଜଣାପଡିବା ପରେ ବିଭିନ୍ନ ବାହାନାରେ ତାଙ୍କୁ ବାହାରକୁ କାଢିଦେଇଥିଲେ ବୋଲି ଅଭିଯୋଗ ଆଣିଛିନ୍ତି ମହିଳାଙ୍କ ସମ୍ପର୍କୀୟ । ତେବେ ସ୍ଥାନୀୟ ବିଧାୟକ ଓ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଫଳରେ ପୁଣି ଚିକିତ୍ସା ହୋଇଥିବା ଜଣାପଡିଛି ।

ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ

ଖବର ଅନୂଯାୟୀ ଜିଲ୍ଲା ଗୋଷାଣି ବ୍ଲକ ଭୁଷୁଡିର ଡି.ଗୌତମୀ ନାମକ ଜଣେ ଆସନ୍ନ ପ୍ରସବା ବୁଧବାର ମଧ୍ୟାହ୍ନ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ । ତେବେ ତାଙ୍କ ରେକର୍ଡପତ୍ର ଯାଞ୍ଚ ବେଳେ ତାହା ବଫର ଜୋନ ଘୋଷିତ ହୋଇଥିବା ଭୁଷକୁଡି ଅଞ୍ଚଲର ଆସୁଥିବା ଜଣାପଡିବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରୁ ବାହାର କରି ଦିଆଯାଇଥିଲା । ଅପରାହ୍ନ 2ଟାରୁ ରାତି 9ଟା ଯାଏଁ ସେ ହସ୍ପିଟାଲ ବାରଣ୍ଡାରେ ପଡି ରହିଥିଲେ । ତଥାପି କେହି ତାଙ୍କ ଦୁଃଖ ଶୁଣିନଥିଲେ । ଫଳରେ ବାଧ୍ୟ ହୋଇ ସେ ସ୍ଥାନୀୟ ଜିଲ୍ଲାପରିଷଦ ସଭ୍ୟ ଏବଂ ବିଧାୟକଙ୍କୁ ଜଣାଇବା ପରେ ବିଧାୟକ କେ.ନାରାୟଣ ରାଓ ହସ୍ପିଟାଲରେ ପହଞ୍ଚି ମହିଳାଙ୍କ ଅବସ୍ଥା ଦେଖିବା ସହ ଏନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ମହିଳାଙ୍କୁ ଉପଯୁକ୍ତ ଚିକିତ୍ସା ମିଳିଥିବା ଜଣାପଡିଛି ।

ସେପଟେ ଏହାକୁ ନେଇ ଜିଲ୍ଲା ଚିକିତ୍ସାଧିକାରୀ ଡ.ପି.କେ.ପାତ୍ର କହିଛିନ୍ତି ଯେ କଣ୍ଟେମେଣ୍ଟ ଜୋନରୁ ଆସିଥିବା ପ୍ରସବା କୋଭିଡ ମେଡିକାଲରେ ହେବା ନିୟମ ରହିଥିବାରୁ ସାଧାରଣ ହସ୍ପିଟାଲରେ ଭର୍ତି କରିବା ସମ୍ଭବ ହୋଇନଥିଲା। ମହିଳାଙ୍କ ରକ୍ତ ବି ନେଗେଟିଭ ହୋଇଥିବା ବେଳେ ଏହି ଗୃପର ରକ୍ତର ମଧ୍ୟ ଅଭାବ ରହିଥିଲା । ସେହିଭଳି ଗୋଟିଏ ହସ୍ପିଟାଲ ସହ ଅନ୍ୟ ହସ୍ପିଟାଲର ସମନ୍ବୟ ନଜିଲ୍ଲା ଚିକିତ୍ସାଧିକାରୀ ରହିବା କାରଣକରୁ ଜଣେ ଗର୍ଭବତୀ ମହିଳାଙ୍କୁ ଏଭଳି ହଟହଟା ହେବାକୁ ପଡିଥିଲା ବୋଲି ସେ କିହିଥିଲେ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details