ଓଡିଶା

odisha

ETV Bharat / state

ଗଜପତି ଗସ୍ତରେ ପାଣ୍ଡିଆନ, ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା ସହ ପଚାରି ବୁଝିଲେ ଲୋକଙ୍କ ସମସ୍ୟା - ଭିକେ ପାଣ୍ଡିଆନଙ୍କ ଦୁଇଦିନିଆ ଗଜପତି ଗସ୍ତ

ଦୁଇ ଦିନିଆ ଗଜପତି ଗସ୍ତରେ ପାଣ୍ଡିଆନ । ପ୍ରଥମ ଦିନରେ ଜିରାଙ୍ଗରେ ଛାତ୍ରଛାତ୍ରୀଙ୍କ ସହ କଥା ହେବା ସହ ଲୋକଙ୍କ ସମସ୍ୟା ପଚାରି ବୁଝିଲେ । ଅଧିକ ପଢନ୍ତୁ

vk pandians gajapati visit
vk pandians gajapati visit

By

Published : May 10, 2023, 8:57 AM IST

vk pandians gajapati visit

ଗଜପତି: 5-ଟି ସଚିବ ଭିକେ ପାଣ୍ଡିଆନଙ୍କ ଦୁଇଦିନିଆ ଜିଲ୍ଲା ଗସ୍ତ । ଗଜପତି ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସେ ସମୀକ୍ଷା କରିଛନ୍ତି । ଗସ୍ତର ପ୍ରଥମ ଦିନରେ ମୁଖ୍ୟତଃ ବ୍ରହ୍ମପୁର-ଯଜପୁର ବିଜୁ ଏକ୍ସପ୍ରେସ ହାଇୱେ କାମର ତଦାରଖ କରିବା ସହ ଚନ୍ଦ୍ରଗିରି ନିକଟସ୍ଥ ଜିରାଙ୍ଗରେ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ସହ ଭେଟି ଆଲୋଚନା କରିଛନ୍ତି ପାଣ୍ଡିଆନ ।

ଦୁଇ କମିଶନର ଗ୍ରାମ୍ୟ ଉନ୍ନୟନ କମିଶନର ବୀର ବିକ୍ରମ ଯାଦବ ଏବଂ କ୍ରୀଡା ଯୁବ ବ୍ୟାପାର ସଚିବ ଆର.ଭିନିଲ କ୍ରିଷ୍ଣାଙ୍କ ସହ ଦୁଇଦିନିଆ ଗଜପତି ଗସ୍ତରେ ଅଛନ୍ତି ଭିକେ ପାଣ୍ଡିଆନ । ମୋହନା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ସନ୍ଧ୍ୟା 5ଟା ସମୟରେ ହେଲିକପ୍ଟରରେ ଆସି ପହଞ୍ଚିଥିଲେ । ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଏବଂ ଆରକ୍ଷୀ ଅଧିକ୍ଷକ ଏସ.ସ୍ବାତୀ କୁମାରଙ୍କ ସମେତ ବିଭାଗୀୟ ଅଧିକାରୀ ମାନେ ସ୍ବାଗତ କରିଥିଲେ । 5-ଟି ସଚିବ ଲୋକଙ୍କ ନିକଟକୁ ଆସି ସ୍ଥାନୀୟ ଲୋକଙ୍କ ସହ ମିଶି ଦାବିପତ୍ର ଗ୍ରହଣ କରିବା ସହ ସ୍ଥାନୀୟ ଜନସାଧାରଣଙ୍କ ଅଭାବ ଅସୁବିଧା ବୁଝିଥିଲେ । ମୋହନା ଖେଳ ପଡିଆ ଠାରେ ପ୍ରାୟ ଚାଳିଶ ମିନିଟ ରହି ମୋହନା ବ୍ଲକର ଜିରାଙ୍ଗ ଅଭିମୁଖେ ଯାତ୍ରା କରିଥିଲେ । ଏହି ଅବସରରେ ବିଜୁ ଏକ୍ସପ୍ରେସ ହାଇୱେ ରାସ୍ତା ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ ।

ବ୍ରହ୍ମପୁର-ଜୟପୁର ବିଜୁ ଏକ୍ସପ୍ରେସ ୱେ ୨:ବ୍ରହ୍ମପୁର ଠାରୁ ଜୟପୁର ପର୍ଯ୍ୟନ୍ତ ୩୧୭.୮୫୩କିଲୋମିଟର ରାସ୍ତାକୁ ନିର୍ମାଣ ନିମନ୍ତେ ୫୧୭୮କୋଟି ୧୪ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି । ସେଥିମଧ୍ୟରୁ ଗଜପତି ଜିଲ୍ଲାରେ ୫୯.୨୦୦କିଲୋମିଟର ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପାଦନ କରିବା ପାଇଁ ୧୦୮୬କୋଟି ୯୮ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି । ପୂର୍ତ୍ତ ବିଭାଗ ସୂଚନା ପ୍ରକାରେ ଏହି ରାସ୍ତା ନିର୍ମାଣ ପୂର୍ତ୍ତ ବିଭାଗର ୩୬.୫୨୨ଏକର ଜମି ଥିବା ବେଳେ ୫୯୩.୦୬୮ଏକର ଜମି ଅଧିଗ୍ରହଣ କରିବାକୁ ପଡିବ । ଏହି ରାସ୍ତାରେ ଜଙ୍ଗଲ ଜମି ୫୫୬.୫୪୬ଏକର ଥିବା ବେଳେ ସେଥିମଧ୍ୟରୁ ସଂରକ୍ଷିତ ଜଙ୍ଗଲ ୮୯.୨୯୨ଏକର ଥିବା ପ୍ରକାଶ । ବିଜୁ ଏକ୍ସପ୍ରେସ ରାସ୍ତା ନିର୍ମାଣ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୪୩ କିଲୋମିଟର,ଗଜପତି ଜିଲାର ୫୯.୮୦୦କିଲୋମିଟର, ରାୟଗଡା ଜିଲ୍ଲାର ୧୫୮କିଲୋମିଟର ସହ କୋରାପୁଟ ଜିଲ୍ଲାର ୫୭ କିଲୋମିଟର ରାସ୍ତା ରହିଛି ।

ଜିରାଙ୍ଗରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା: ଏହାପରେ ସେ ଜିରାଙ୍ଗ ଠାରେ ପହଞ୍ଚି ସେଠାରେ କଲେଜ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ଆସନ୍ତା ଡିସେମ୍ବର ମାସ ସୁଦ୍ଧା ଜିଲ୍ଲାର ସମସ୍ତ ଲେଜକୁ ସ୍ମାର୍ଟ କଲେଜରେ ପରିଣତ କରାଯିବ ବୋଲି କହିଥିଲେ । ଏହାସହ ପ୍ରତି ଉପହାର ଭାବେ ଛାତ୍ରଛାତ୍ରୀ ଭଲ ପାଠ ପଢିବା ସହ ସ୍ମାର୍ଟ କଲେଜ କାର୍ଯ୍ୟ ସମୟରେ ଶ୍ରମ ଦାନ କରିବା ଏବଂ କଲେଜକୁ ସ୍ବଚ୍ଛ ରଖିବା ପାଇଁ ସେ ଆହ୍ବାନ କରିଥିଲେ । ଏହାପରେ ସେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ବର୍ଗର ଲୋକଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । 5ଟି ସଚିବଙ୍କୁ ଭେଟି ଛାତ୍ରଛାତ୍ରୀମାନେ ବେଶ୍ ଖୁସି ପ୍ରକାଶ କରିବା ସହ ସ୍ମାର୍ଟ କଲେଜରେ ପାଠ ପଢିବା ତାଙ୍କ ପାଇଁ ସ୍ବପ୍ନ ଥିଲା,କିନ୍ତୁ ତାହା ଏବେ ପୂରଣ ହେବ ବୋଲି କହିଛନ୍ତି ।


5ଟି ସଚିବଙ୍କ ଦୁଇଦିନିଆ ଗଜପତି ଜିଲ୍ଲା ଗସ୍ତକୁ ନେଇ ଉଭୟ ଜିଲ୍ଲା ଏବଂ ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା । ପ୍ରଥମ ଦିନରେ 5ଟି ସଚିବ ମୋହନାକୁ ଯାଇ ବିଜୁ ଏକ୍ସପ୍ରେସ ହାଇୱେ କାମର ତଦାରଖ କରିବା ସହ ଚନ୍ଦ୍ରଗିରି ନିକଟସ୍ଥ ଜିରାଙ୍ଗରେ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ସହ ଭେଟି ସେମାଙ୍କ କଥା ବୁଝିଛନ୍ତି ବୋଲି କହିଛନ୍ତି ଗଜପତି ଜିଲ୍ଲାପାଳ । ତେବେ ଆଜି ମଧ୍ୟ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳ ଗସ୍ତ କରିବେ ବୋଲି କହିଛନ୍ତି । 5ଟି ସଚିବଙ୍କ ଗସ୍ତକୁ ନେଇ ସବୁ ବର୍ଗର ଲୋକେ ଉତ୍ସାହିତ । ସେମାନେ ସଚିବଙ୍କୁ ଭେଟି ନିଜର ସମସ୍ୟା ଜଣାଇଥିବା ବେଳେ ଅତିଶୀଘ୍ର ଏହାର ସମାଧାନ ହେବ ବୋଲି ଆଶା ରଖିଛନ୍ତି ।

ଇଟିଭି ଭାରତ, ଗଜପତି

ABOUT THE AUTHOR

...view details