ଓଡିଶା

odisha

ETV Bharat / state

100 ମିଟର ପୋଲ ପାଇଁ କଲବଲ 500 ଲୋକ - ଗଜପତିରେ କାଠ ପୋଲ

ଯାତାୟତର ମାଧ୍ୟମ ଭଙ୍ଗା ଦଦାରା କାଠପୋଲ । ଭାଙ୍ଗିଲେ ମରଣ ଗାତରେ । ଏଭଳି ନିତି ମୃତ୍ୟୁ ସହ ସଂଗ୍ରାମ କରଛନ୍ତି ଗଜପତି ଜିଲ୍ଲା ରାୟଗଡ ବ୍ଲକ ସାନତୁଣ୍ଡି ପଞ୍ଚାୟତ...

ଡିଜାଇନ ଫଟୋ

By

Published : Nov 20, 2019, 9:32 PM IST

ଗଜପତି: କେଇ ଖଣ୍ଡ କାଠ ଉପରେ ଝୁଲୁଛି ଜୀବନ । କାଠ ଭାଙ୍ଗିଲେ ସିଧା ମରଣ ଗାତରେ । ପିଲାଠୁ ବୁଢା ଏପରିକି ଗର୍ଭବତୀ ପ୍ରସବ ବି ଏଇ ଭଙ୍ଗା ଦଦରା କାଠ ପୋଲ ଉପରେ ଯାଆସ କରୁଛନ୍ତି । ଦିନରେ ତ କିପରି ଚଳିଯାଉଛି ହେଲେ ରାତିର ଅନ୍ଧାରରେ ସ୍ଥିତି ସଙ୍ଗୀନ । ଏଭଳି ପ୍ରତିଦିନ ମୃତ୍ୟୁ ସହ ସଂଗ୍ରାମ କରୁଛି ଗଜପତି ଜିଲ୍ଲା ରାୟଗଡ ବ୍ଲକ ସାନତୁଣ୍ଡି ପଞ୍ଚାୟତର ସନ୍ଧି ଗାଁ । କେବଳ ଏହି ଗାଁ ନୁହେଁ ବଡବାଡ, ଉପର ଅଁଳାବର,ଚେରୁସାହି ଆଦି 5ଟି ଗାଁର 500 ଲୋକଙ୍କ ଭରସା ଏହି ଅସ୍ଥାୟୀ କାଠ ପୋଲ ।

100 ମିଟର ପୋଲଟିଏ କରିପାରୁନି ପ୍ରଶାସନ

ଯୋଗାଯୋଗର ଅନ୍ୟ ବାଟ ନଥିବାରୁ ବର୍ଷକ 12 ମାସ ଏଠାକାର ଲୋକ ଏମିତି ହଇରାଣ ହରକତ ହେଉଛନ୍ତି । ଆଉ ବର୍ଷା ଦିନେ ଜଳବନ୍ଦୀ ଜୀବନ ବିତାଇବାକୁ ପଡେ । କାରଣ ନାଳରେ ପ୍ରବଳ ପାଣିର ସୁଅ ରହିଥାଏ । ଏଥିଯୋଗୁଁ କେବେ ପାଣି କମିବ ଆଉ ଗାଁକୁ ଯିବୁ ବୋଲି ଲୋକେ ଅନାଇ ବସଥାନ୍ତି । ଫଳରେ ପିଲାମାନଙ୍କ ପାଠ ପଢା ସହ ପ୍ରତିମାସରେ ମିଳୁଥିବା ସରକାରୀ ଚାଉଳ ଗଣ୍ଡାକ ଏହି ଗାଁ ଲୋକଙ୍କ ପାଇଁ ନେବା ସମ୍ଭବ ହେଉନାହିଁ । ଗାଁରେ କାହାର ଦେହ ଖରାପ ହେଲେ କଥା ସରିଲା । ଏପଟେ ଏଭଳି ବିପଦସଙ୍କୁଳ ଅବସ୍ଥାରେ ଗାଁକୁ ଆଶା ଦିଦି ବି ଆସିବାକୁ ମଙ୍ଗୁନାହାନ୍ତି । ଏନେଇ ଗାଁ ଲୋକ ବାରମ୍ବାର ଦାବି ବି କଲେଣି ହେଲେ କେହି କର୍ଣ୍ଣପାତ କରନାହାନ୍ତି । ଶେଷରେ ନିଜ ଉଦ୍ୟମରେ ତିଆରି କାଠ ପୋଲ ମାଧ୍ୟମରେ ଯାତାୟତ କରୁଛନ୍ତି ଗ୍ରାମବାସୀ ।

ଏନେଇ ଆମେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଭେଟିଥିଲୁ । ସବୁ ଶୁଣିବା ପରେ ସେ ପୋଲଟିଏ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ବିକାଶ ନାଁରେ ଏତେ ସବୁ ଯୋଜନା, ସେଥିପାଇଁ ଏତେ ବ୍ୟୟବରାଦ , ହେଲେ ଏଇ ଗଛ , ଜଙ୍ଗଳ ଘେରା ଦୁର୍ଗମ ଅଞ୍ଚଳର ସମସ୍ୟା ସରୁନି.. ଦେଖାଯାଉ କେବେ ସରକାର ଏଠାରେ 100ମିଟର ପୋଲଟିଏ ପାଇଁ ସକ୍ଷମ ହେଉଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details