ଓଡିଶା

odisha

ETV Bharat / state

ଗଜପତିରେ 40ରେ ପହଞ୍ଚିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା - corona positive case in odisha

ରାଜ୍ୟରେ ମଙ୍ଗବାର ପୁଣି 4ଟି ନୂଆ କୋରୋନା ପଜିଟିଭ୍ ସାମ୍ନାକୁ ଆସିଛି । ଏମାନେ ସବୁ ଆନ୍ଧ୍ର ଓ ତେଲେଙ୍ଗାନାରୁ ଫେରିଥିବା ଜଣାପଡିଛି । ଅଧିକ ପଢ଼ନ୍ତୁ...

4 positive in one day in gajapati
ଗଜପତିରେ 40ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

By

Published : Jun 2, 2020, 7:20 PM IST

ଗଜପତି: ରାଜ୍ୟରେ ମଙ୍ଗଳବାର ପୁଣି 4ଟି ନୂଆ କୋରୋନା ପଜିଟିଭ୍ ସାମ୍ନାକୁ ଆସିଛି । ଏମାନେ ସବୁ ଆନ୍ଧ୍ର ଓ ତେଲେଙ୍ଗାନାରୁ ଫେରିଛନ୍ତି ବୋଲି ଜଣାପଡିଛି । ତେବେ ଏମାନେ ଆନ୍ଧ୍ର ଓ ତେଲେଙ୍ଗାନାରୁ ଫେରିବା ପରେ ବିଭିନ୍ନ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରଖାଯାଇଥିଲା । ଏହା ପରେ ସ୍ୱାବ ଟେଷ୍ଟ ରିପୋର୍ଟରେ ପଜିଟିଭ ଜଣା ପଡ଼ିଥିବା ଗଜପତି ଜିଲ୍ଲାପାଳ ଅନୁପମ ଶାହା ସୂଚନା ଦେଇଛନ୍ତି ।

ଗଜପତିରେ 40ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ତେବେ ବର୍ତ୍ତମାନ ଜିଲ୍ଲାରେ ସର୍ବମୋଟ ଆକ୍ରାନ୍ତ ସଂଖ୍ୟା 40ରେ ପହଞ୍ଚି ଥିବା ବେଳେ ସମସ୍ତଙ୍କୁ ଆର ସୀତାପୁର ସ୍ଥିତ କୋଭିଡ୍ ହସ୍ପିଟାଲକୁ ନିଆଯାଇଛି । ସେମାନଙ୍କ ମଧ୍ୟରୁ 9 ଜଣେ ଡିସଚାର୍ଜ ମଧ୍ୟ ହୋଇଛନ୍ତି । ତେବେ ଚିକିତ୍ସା ଜାରି ରହିଥିବା ନେଇ ଜିଲ୍ଲାପାଳ ଅନୁପମ ଶାହା ସୂଚନା ଦେଇଛିନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details