ଗଜପତି: ଜିଲ୍ଲାର ରାଜ ସିତାପୁର ସ୍ଥିତ ଆଲୁରୀ ନଗର ଠାରେ ପ୍ରତିଷ୍ଠିତ ସେଞ୍ଚୁରିଆନ ୟୁନିଭର୍ସିଟିକୁ ମରୋକ୍କୋ ମନ୍ତ୍ରଣାଳୟର ୪ ଜଣିଆ ପ୍ରତିନିଧି ପରିଦର୍ଶନ କରିଛନ୍ତି । ୟୁନିଭର୍ସିଟିର କ୍ୟାମ୍ପସ ପରିଦର୍ଶନ କରି ସନ୍ତୋଷ ପ୍ରକାଶ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଉଚ୍ଚ ପ୍ରଶଂସା କରିଛନ୍ତି । ତେବେ ଏହି ୪ଜଣିଆ ପ୍ରତିନିଧି ଦଳ ସେଞ୍ଚୁରିଆନ ୟୁନିଭର୍ସିଟିକୁ ଗତ ୨୧ ତାରିଖ ଠାରୁ ଆସି ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ କ୍ୟାମ୍ପସରେ ହୋଇଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକ୍ରମ ପରିଦର୍ଶନ କରିଛନ୍ତି ।
ଏହାମଧ୍ୟ ପଢନ୍ତୁ:ନୃଶଂସ ସ୍ବାମୀ: ବିଲରେ ସ୍ତ୍ରୀକୁ ହତ୍ୟା ପରେ କଟାମୁଣ୍ଡ ଧରି ଘରକୁ ଫେରିଲା
ପ୍ରତିନିଧି ଦଳ ୟୁନିଭର୍ସିଟିକୁ ପରିଦର୍ଶନରେ ଆସିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଉଚ୍ଚଶିକ୍ଷା, ବୈଜ୍ଞାନିକ ଅନୁସନ୍ଧାନ ଓ ନବ ସୃଜନ କ୍ଷେତ୍ରରେ ଉଭୟ ଦେଶର ରହିଥିବା ଏକାଡେମିକ ସମ୍ପ୍ରଦାୟକୁ ମଜବୁତ୍ କରିବା । ଏଥିସହ ମହତ୍ବପୂର୍ଣ୍ଣ ସୁବିଧା ପାଇବା ଲକ୍ଷ୍ୟରେ ଉଭୟଙ୍କ ମଧ୍ୟରେ ସମସ୍ତ ପ୍ରକାରର ଆନୁଷଙ୍ଗିକ ସହଯୋଗ ପାଇଁ ସମ୍ଭାବ୍ୟ ଉପାୟ ଅନୁସନ୍ଧାନ କରିବା । ତେବେ ଏନେଇ ଉଚ୍ଚଶିକ୍ଷା ତଥା ଶିକ୍ଷାଗତ ବିକାଶ ବିଭାଗ ମୁଖ୍ୟ ମହମ୍ମଦ ତାହିରୀ, ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ଉପସଭାପତି ପ୍ରଫେସର ଡି.ଏନ୍ ରାଓ ଆସୋସିଏଟ୍ ଡାଇରେକ୍ଟର – ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ଅନ୍ତର୍ଜାତୀୟ ସମ୍ପର୍କ ଏବଂ ସରକାରୀ ଭାଗିଦାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗ ଏବଂ ସହଯୋଗ ଉପରେ ଆଲୋଚନା କରାଯାଇଥିଲା ।