ଗଜପତି: ଅଡବା ଥାନା ବିରିକୋଟ ଗାଁରେ ଅଘଟଣ । ଘର ଭିତରେ ଥିବା ସୁଡଙ୍ଗରେ ପଶି 3 ଭାଇଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ବିକ୍ରମ ମାଝୀ (35), ସଞ୍ଜୀବ ମାଝୀ (27)ଓ ଜିତୁ ମାଝୀ (25) ।
ଶୁକ୍ରବାର ରାତି ପ୍ରାୟ 9 ଟାରେ ଘର ଭିତରେ ଥିବା ସୁଡଙ୍ଗକୁ କିଛି ଜିନିଷ ଆଣିବାକୁ ପ୍ରଥମେ ସଞ୍ଜୀବ ଯାଇଥିଲେ । ସେ ଅଚେତ ହୋଇପଡିବାରୁ ବିକ୍ରମ ଭିତରକୁ ଯାଇ ସେ ମଧ୍ୟ ଅଚେତ ହୋଇଗଲେ । ଦୁଇ ଭାଇ ଅଚେତ ହେବା ଦେଖି ସାନ ଭାଇ ଜିତୁ ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ଅଚେତ ହୋଇଗଲେ । ଏହା ଦେଖି ଭଉଣି ତାରକା ମାଝୀ ଘରେ ଥିବା ମା ଙ୍କୁ ଜଣାଇଥିଲେ ।