ଓଡିଶା

odisha

ETV Bharat / state

ହାର୍ଡକୋର ମାଓବାଦୀଙ୍କ ମୁଣ୍ଡରେ 25ଲକ୍ଷ, ପୋଷ୍ଟର ଜାରି କଲା ଆନ୍ଧ୍ର ପୋଲିସ - 25 ଲକ୍ଷ ଟଙ୍କା ପୁରସ୍କାର ରାଶି

27 ମୋଷ୍ଟ ୱାଣ୍ଟେଡ ମାଓବାଦୀଙ୍କ ଫଟୋ ସମ୍ବଳିତ ପୋଷ୍ଟର ଜାରି । ଯିଏ ଏମାନଙ୍କ ସମ୍ପର୍କରେ ସୂଚନା ଦେବ ସେମାନଙ୍କୁ 25 ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିବ । ଆନ୍ଧ୍ର ପୋଲିସ ପକ୍ଷରୁ ଏଭଳି କିଛି ଲେଖାଯାଇ ଗଜପତି ଜିଲ୍ଲା ସୀମାନ୍ତବର୍ତ୍ତୀ ପୁରୁଣାପାଟଣା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଲଗାଯାଇଛି ।

ଫଟୋ ସୌଜନ୍ୟ-ପ୍ରତିନିଧି, ଗଜପତି

By

Published : Jul 31, 2019, 7:11 PM IST

ଗଜପତି: ଯିଏ ଏହି ହାର୍ଡକୋର ମାଓବାଦୀଙ୍କ ସମ୍ପର୍କରେ ସୂଚନା ଦେବ ସେମାନଙ୍କୁ ମିଳିବ 25 ଲକ୍ଷ ଟଙ୍କା ପୁରସ୍କାର ରାଶି । ସୂଚନା ପ୍ରଦାନକାରୀଙ୍କ ନାମ ଓ ଠିକଣା ବି ଗୋପନ ରଖାଯିବ । ଏପରି କିଛି ଲେଖାଯାଇ 27 ମୋଷ୍ଟ ୱାଣ୍ଟେଡ ମାଓବାଦୀଙ୍କ ଫଟୋ ସମ୍ବଳିତ ପୋଷ୍ଟରକୁ ପାରଳାଖେମୁଣ୍ଡି ଠାରୁ ମାତ୍ର 3କିମି ଦୁରରେ ଥିବା ପୁରୁଣାପାଟଣା ଥାନା ଅଂଚଳରେ ଲଗାଯାଇଥିବା ଦେଖାଦେଇଛି ।

ଭିଡିଓ ସୌଜନ୍ୟ-ପ୍ରତିନିଧି, ଗଜପତି


ଗଜପତି ଜିଲ୍ଲା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ମାଓବାଦୀଙ୍କ ଉପଦ୍ରବ ବଢିବାରେ ଲାଗିଛି । ବିଭିନ୍ନ ହିଂସାତ୍ମକ କାଣ୍ଡ ଭିଆଇ ଏମାନେ ଆନ୍ଧ୍ର ସମେତ ଓଡିଶାରେ ମଧ୍ୟ ଆତଙ୍କ ଖେଳାଇଛନ୍ତି । ଏଥିରେ ବ୍ୟତିବ୍ୟସ୍ତ ହୋଇ ଆନ୍ଧ୍ର ପୋଲିସ ପକ୍ଷରୁ ଏପରି ପୋଷ୍ଟର ଜାରି କରି ପୁରସ୍କାର ରାଶିର ଘୋଷଣା କରାଯାଇଛି । ତେବେ ପୋଲିସର ଏପରି ପଦକ୍ଷେପ ଏଠାକାର ଜିଲ୍ଲାବାସୀ ଙ୍କ ମୁଣ୍ଡବିନ୍ଧା ବଢାଇଦେଇଛି । ଏହି ପୋଷ୍ଟରରେ ଉତ୍ୟକ୍ତ ହୋଇ ମାଓବାଦୀମାନେ ପୁଣି ସକ୍ରିୟ ହେବେ ଓ ପୁଣି ମାଓବାଦୀ ଓ ପୋଲିସ ଭିତରେ ପେଶି ହୋଇ ନିର୍ଯ୍ୟାତନା ଭୋଗିବାକୁ ପଡିବ ଭାବି ଲୋକେ ଭୟଭୀତ ହୋଇପଡିଛନ୍ତି ।


ତେବେ ଜାରି କରାଯାଇଥିବା ପୋଷ୍ଟରରେ କେନ୍ଦ୍ରୀୟ କମିଟି ସଭ୍ୟ ତଥା ଟପ ମାଓ ଲିଡର ଲକ୍ଷ୍ଣଣ ରାଓ ଓରଫ ଗଣପତି ରହିଛି । ଏଥିସହ ଏସ.କେଶବ ରାଓ ଓରଫ ବାସବା ରାଜୁ, ରାଜ ହରିଗୋପାଳ ଓରଫ ରାମକ୍ରିଷ୍ଣା, ରାଜା ରେଡ୍ଡୀ ଓରଫ ମୂରଲୀ, ଗାଜର୍ଲା ରବି ଓରଫ ଗଣେଷ, ରାମଚନ୍ଦ୍ର ରେଡ୍ଡୀ ଓରଫ ଚଲପତି, ଗଙ୍ଗା ମାଢି ଓରଫ କିଶୋର, ଚିନ୍ନା ରାଓ ଓରଫ ସୁଧୀରଙ୍କ ସମେତ 27ଜଣ ହାର୍ଡକୋର ମାଓବାଦୀ ରହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details