ଓଡିଶା

odisha

ETV Bharat / state

ଘାଟିରେ ଓଲଟିଲା ଟାଟା ମ୍ୟାଜିକ, 21 ଛାତ୍ର ଆହତ - ଓଲଟିଲା ଟାଟା ମ୍ୟାଜିକ

Road Accident in Gajapati: ଗଜପତି ଜିଲ୍ଲା ରା.ଉଦୟଗିରି ମିନି ଷ୍ଟାଡିୟମରେ ହେଉଥିବା କ୍ରୀଡା ଉତ୍ସବରେ ଯୋଗ ଦେଇଥିବା ଛେଳିଗଡ଼ ଅଞ୍ଚଳର 21 ଜଣ ଛାତ୍ରଙ୍କୁ ନେଇ ଟାଟା ମ୍ୟାଜିକ ଡାଲା ଗାଡି ଛେଲିଗଡ଼ ଅଭିମୁଖେ ଯାଉଥିବା ବେଳେ ଚମ୍ପାଘାଟି ନିକଟରେ ଦୁର୍ଘଟଣା । ଅଧିକ ପଢ଼ନ୍ତୁ

ଘାଟିରେ ଓଲଟିଲା ଟାଟା ମେଜିକ
ଘାଟିରେ ଓଲଟିଲା ଟାଟା ମେଜିକ

By ETV Bharat Odisha Team

Published : Jan 8, 2024, 10:48 PM IST

ଘାଟିରେ ଓଲଟିଲା ଟାଟା ମେଜିକ

ଗଜପତି: ଦିନକୁ ଦିନ ବଢ଼ୁଛି ସଡ଼କ ଦୁର୍ଘଟଣା । ରାଜ୍ୟରୁ ପିଛା ଛାଡୁନି ସଡ଼କ ଦୁର୍ଘଟଣା । ଗତ କିଛିଦିନ ଧରି ଲଗାତାର ରାଜ୍ୟରେ ଗୋଟିଏ ପରେ ଗୋଟିଏ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟୁଥିବା ସାମ୍ନାକୁ ଆସୁଛି । ଏହି ଦୁର୍ଘଟଣାରେ ଅନେକଙ୍କ ଜୀବନ ବଳି ପଡ଼ିଯାଉଥିବା ବେଳେ ଅନେକ ଆହତ ମଧ୍ୟ ଦେଉଛନ୍ତି । ତେବେ ପୁଣି ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି କିଛି ଛାତ୍ର । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରେ । ଯେଉଁଠି କ୍ରୀଡା ଉତ୍ସବକୁ ଆସିଥିବା ଛାତ୍ର ଟାଟା ମ୍ୟାଜିକ ଗାଡିରେ ଫେରୁଥିବା ବେଳେ ଦୁର୍ଘଟଣା ଘଟି 9 ଜଣ ଗୁରୁତର ଆହତ ହୋଇଥିବା ବେଳେ 12 ଜଣ ସାମାନ୍ୟ ଆହତ ହୋଇଛନ୍ତି ।

ସୂଚନା ଅନୁସାରେ, ଆଜି ଗଜପତି ଜିଲ୍ଲା ରା.ଉଦୟଗିରି ମିନି ଷ୍ଟାଡିୟମରେ ହେଉଥିବା କ୍ରୀଡା ଉତ୍ସବରେ ଛେଳିଗଡ଼ ଅଞ୍ଚଳର 21 ଜଣ ଛାତ୍ର ଯୋଗ ଦେଇଥିଲେ । ଖେଳ ସରିବା ପରେ ଛାତ୍ରମାନଙ୍କୁ ନେଇ ଏକ ଟାଟା ମ୍ୟାଜିକ ଡାଲା ଗାଡି ଛେଲିଗଡ଼ ଅଭିମୁଖେ ଯାଉଥିବା ବେଳେ ଛେଳିଗଡ଼ ନିକଟସ୍ଥ ଚମ୍ପାଘାଟି ନିକଟରେ ଥିବା ବୁଲାଣିରେ ଡ୍ରାଇଭର ନିଜର ଭାରସାମ୍ୟ ହରାଇବା ଫଳରେ ଗାଡିଟି ଓଲଟି ପଡିଥିଲା । ଯାହାଫଳରେ ଗାଡ଼ିର ପଛ ଡାଲାରେ ବସିଥିବା 21 ଜଣ ଛାତ୍ର ଦୁର୍ଘଟଣାର ଶିକାର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଗୁରୁତର 7 ଜଣଙ୍କୁ ଚନ୍ଦ୍ରଗିରି ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବାବେଳେ ଅନ୍ୟ 14 ଜଣଙ୍କୁ ରା.ଉଦୟଗିରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ l

ଏହା ମଧ୍ୟ ପଢ଼ନ୍ତୁ......ବେଲପାହାଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ବାଇକ ଆରୋହୀ ମୃତ

ତେବେ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଅଧିକ ଗୁରୁତର ଥିବା ବେଳେ ସେମାନଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଗୁରୁତର ଭାବରେ ଆହତ ହୋଇଥିବା ଛାତ୍ର ଦୁଇ ଜଣ ହେଲେ ବିକ୍ରମ ଦଳବେହେରା (15) ଓ ତପନ ମଣ୍ଡଳ (15) । ସେହିପରି ଅନ୍ୟ ଆହତ ଛାତ୍ରମାନଙ୍କୁ ରା.ଉଦୟଗିରି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେମାନେ ହେଲେ ଓୟସ କାର୍ଜି, ମହେଶ୍ୱର ପ୍ରଧାନ, ସଂଗ୍ରାମ ମଣ୍ଡଳ, ସନ୍ତୋଷ କୁମାର ପ୍ରଧାନ, ସୋମ୍ବର ମଣ୍ଡଳ, ଶିବରାମ ରଇତ, ଭୂଷଣ ବଡ଼ମୁଣ୍ଡି, ପିଣ୍ଟୁ ପ୍ରଧାନ, ଜୋହାନ ରଇତ, ସାଗର ବେହେରା, ଚକ୍ରଧର ନାୟକ, ଅଭିୟ ମଣ୍ଡଳ ଆହତ ହୋଇଛନ୍ତି । ତେବେ ଛେଳିଗଡ଼ ସରକାରୀ ହାଇସ୍କୁଲର କ୍ରୀଡା ଶିକ୍ଷକ ଡ୍ରାଇଭର ହୋଇଥିବା ବେଳେ ଛାତ୍ରମାନଙ୍କୁ ନେଇ ଆସୁଥିବା ବେଳେ ଏପରି ଦୁର୍ଘଟଣା ଘଟିଛି । ସେପଟେ ଏହାକୁ ନେଇ ଏବେ ଅଭିଭାବକ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ଗଜପତି

ABOUT THE AUTHOR

...view details