ଓଡିଶା

odisha

ପିଲାଚୋର ସନ୍ଦେହରେ ଜଣଙ୍କୁ କାବୁ କଲେ ଲୋକେ

ପିଲାଚୋର ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ କାବୁ କଲେ ଢେଙ୍କାନାଳ ସହର କଣ୍ଟାନାଳି ବସ୍ତିବାସିନ୍ଦା । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କୁ ଲୋକଙ୍କ କବଳରୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ...

By

Published : Feb 20, 2021, 11:43 AM IST

Published : Feb 20, 2021, 11:43 AM IST

ପିଲାଚୋର ସନ୍ଦେହରେ ଜଣଙ୍କୁ କାବୁ କଲେ ଲୋକେ
ପିଲାଚୋର ସନ୍ଦେହରେ ଜଣଙ୍କୁ କାବୁ କଲେ ଲୋକେ

ଢେଙ୍କାନାଳ: ପିଲାଚୋର ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ କାବୁ କଲେ ଢେଙ୍କାନାଳ ସହର କଣ୍ଟାନାଳି ବସ୍ତିବାସିନ୍ଦା । ଏହି ବ୍ୟକ୍ତି ଜଣଙ୍କ ଶୁକ୍ରବାର ବିଳମ୍ବିତ ରାତିରେ ସେହି ବସ୍ତିର କୁନି ଦେହୁରୀଙ୍କ ଘରେ ପଶି ପିଲା ଖୋଜୁଥିବାବେଳେ ଧରାପଡିଛି । ତେବେ ଏହି ସମୟରେ କୁନି ପାଟି କରି ଅନ୍ୟମାନଙ୍କୁ ଡାକିବାରୁ ପାଟି ଶୁଣି ବସ୍ତି ବାସିନ୍ଦା ଏହି ବ୍ୟକ୍ତିଙ୍କୁ ପିଲା ଚୋର ସନ୍ଦେହରେ କାବୁ କରିଛନ୍ତି । ଏହାକୁ ନେଇ ବସ୍ତିରେ ଉତ୍ତେଜନା ପ୍ରକାଶ ପାଇଛି ।

ପିଲାଚୋର ସନ୍ଦେହରେ ଜଣଙ୍କୁ କାବୁ କଲେ ଲୋକେ

ଅଟକ ବ୍ୟକ୍ତିଙ୍କ ପାଖରୁ ମିଳିଥିବା ଆଧାର କାର୍ଡ ମୁତାବକ ତାଙ୍କ ନାଁ ଚିତ ବପଙ୍ଗା ଓ ଘର ରାଉରକେଲା ପାନପୋଷ ଦେଡଙ୍ଗବସା ବୋଲି ଜଣାପଡିଛି । ପରେ ଖବର ପାଇ ଟାଉନ ଥାନା ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଲୋକଙ୍କ କବଳରୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details