ଢେଙ୍କାନାଳ: ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ । ମୃତକ ହେଲେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବିଜାଡିହି ଗ୍ରାମର ସମିର ପ୍ରଧାନ । ଅପରାହ୍ନରେ ସମୀର ବିଲ କାମ ସାରି ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଅସାବଧନତାବଶତଃ ବୁଡିଯାଇଥିଲେ ।
ଫେରିବାରେ ବଳମ୍ବ ହେବାରୁ ପରିବାର ଲୋକେ ଖୋଜା ଖୋଜି କରି ଦେଖିଲା ବେଳକୁ ପୋଖରୀ ହୁଡାରେ ଲୁଗାପଟା ଓ ମୋବାଇଲ ଥିଲା । ବୁଡିଯାଇଥିବା ସନ୍ଦେହ କରି ଖୋଜି ପାଇ ନଥିଲେ ।