ଓଡିଶା

odisha

By

Published : May 20, 2023, 1:43 PM IST

ETV Bharat / state

ଚୋରି ସନ୍ଦେହରେ ବୀଭତ୍ସ ହତ୍ୟା, ଯୁବକଙ୍କୁ ପିଟି ପିଟି ମାରି ଦେଲେ

ଘରୁ ଉଠାଇ ନେଇ ଯୁବକଙ୍କୁ ପିଟି ପିଟି ହତ୍ୟା । ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

Youth beaten to death in Dhenkanal
Youth beaten to death in Dhenkanal

Youth beaten to death in Dhenkanal

ଢେଙ୍କାନାଳ: ଚୋରି ସନ୍ଦେହରେ ବୀଭତ୍ସ ହତ୍ୟା । ରାତି ଅଧରୁ ଘରୁ ଟେକି ନେଇ ଦୁଇ ଯୁବକଙ୍କୁ ଲୁହା ପାଇପ ଓ ରଡ଼ରେ ନିର୍ଦ୍ଧୁମ ମାଡ । ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ଏପରି ହତ୍ୟାକାଣ୍ଡ ଘଟିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଡେଙ୍ଗ ବୋରେଇ ଗ୍ରାମରେ । ମୃତକ ଜଣଙ୍କ ସେହି ଗ୍ରାମର ଅକ୍ଷୟ ପଣ୍ଡା ଓ ଆହତ ଲିଟୁନ ନାୟକ ବୋଲି ଜଣାପଡିଛି । ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି ପୋଲିସ ।

ମିଳିଥିବା ସୂଚନା ଅନୁଯାୟୀ, ଗତ କିଛିଦିନ ପୂର୍ବେ ଡେଙ୍ଗ ବୋରେଇ ଗ୍ରାମର ହେମନ୍ତ ରାଉତଙ୍କ ଘରୁ ସିସିଟିଭି, ପାଣିପମ୍ପ ଆଦି ସାମଗ୍ରୀ ଚୋରି ହୋଇଥିଲା । ଏହି ଚୋରି ଘଟଣାରେ ମୃତ ଅକ୍ଷୟ ପଣ୍ଡା ଓ ଆହତ ଲିଟୁନ ନାୟକଙ୍କୁ ସନ୍ଦେହ କରାଯାଇ ସଦର ଥାନାରେ ଅଭିଯୋଗ ହୋଇଥିଲା । ତେବେ ଗ୍ରାମ କମିଟି ଅନୁରୋଧ କ୍ରମେ ସଦର ପୋଲିସ ଗାଁ ସଭାରେ ସମାଧାନ ପାଇଁ ଅପେକ୍ଷା କରିଥିଲା । ମାତ୍ର ଗ୍ରାମ ସଭାରେ ଉଭୟ ଯୁବକ ଚୋରି କରିନଥିବା କୁହାଯାଇଥିଲା । ଏପରି ନିଷ୍ପତ୍ତିକୁ ନେଇ ହେମନ୍ତ ରାଉତଙ୍କ ପରିବାର ଉତକ୍ଷିପ୍ତ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ-ବଲାଙ୍ଗୀରରେ ଚାଞ୍ଚଲ୍ୟ, ଯୁବକଙ୍କୁ ହତ୍ୟା ପରେ ୧୨ ଖଣ୍ଡ କରି ହତ୍ୟାକାରୀ ଫେରାର

ଗତ ରାତିରେ ହେମନ୍ତ ରାଉତ ଓ ତାଙ୍କ ଭାଇ ମାନେ ମିଶି ଉଭୟଙ୍କୁ ଘରୁ ଡାକି ନେଇ ଇନ୍ଦିପୁର ପଥର ଖାଦାନରେ ରାତି ତମାମ ପାଣି ଢାଳି ଲୁହା ପାଇପ ଓ ରଡ଼ରେ ମାଡ ମାରିଥିଲେ । ଫଳରେ ଅକ୍ଷୟ ପଣ୍ଡାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲେ ମୃତ ଅକ୍ଷୟଙ୍କ ପତ୍ନୀ । ତେବେ ଅକ୍ଷୟଙ୍କୁ ମାଡ ମାରିବା ପରେ ଚେତାଶୂନ୍ୟ ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ପକାଇ ଦିଆଯାଇଥିବା ବେଳେ ଆହତ ଲିଟୁନ ନାୟକଙ୍କୁ ଗ୍ରାମ ସ୍କୁଲ ବାରଣ୍ଡାରେ ମାଡ ମାରିଥିବା ବ୍ୟକ୍ତି ପକାଇ ଦେଇଥିଲେ । ଏହି ହତ୍ୟାକାଣ୍ଡରେ ପାଞ୍ଚ ଛଅ ଜଣ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି।

ଏହା ମଧ୍ୟ ପଢନ୍ତୁ-ଯୁବକଙ୍କୁ ଦଳି ମାରିବା ପରେ ଜଗି ରହିଲା ନରହନ୍ତା ଦନ୍ତା

ପୋଲିସ ଘଟଣାର ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ହେମନ୍ତ ରାଉତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ମାନେ ଫେରାର ଥିବା ଜଣାପଡିଛି । ମୃତଦେହକୁ ଜିଲ୍ଲା ମୁଖ୍ୟ ଡକ୍ତରଖାନାରୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଘଟଣା ପରେ ଡେଙ୍ଗ ବୋରେଇ ଗ୍ରାମରେ ଚାପା ଉତ୍ତ୍ୱେଜନା ପ୍ରକାଶ ପାଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details