ଓଡିଶା

odisha

ETV Bharat / state

ଖାକିର ଦାଦାଗିରି, ଅଭିଯୋଗ ନେଇ ଆସିଥିବା ଯୁବକଙ୍କୁ ପୋଲିସର ଆକ୍ରମଣ - କାମାକ୍ଷାନଗର ଗାଁର ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ ଖବର

କାମାକ୍ଷାନଗର ଗାଁର ସମସ୍ୟା ନେଇ ଜିଲ୍ଲାପାଳଙ୍କ ଅଭିଯୋଗ ଜଣାଇବାକୁ ଆସିଥିବା ଯୁବକକୁ ପୋଲିସ ଧକ୍କା, ତଣ୍ଟିଆ ମାରିବା ସହ ପୋଲିସ ଭ୍ୟାନରେ ବସାଇ ନେଇଗଲେ ଥାନାକୁ । ଭିଡିଓ ଭାଇରାଲ ହେବା ପରେ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ଅଧିକ ପଢନ୍ତୁ

ଜିଲ୍ଲାପାଳଙ୍କୁ ଅଭିଯୋଗ ଜଣାଇବା ପାଇଁ ଆସିଥିବା ବ୍ୟକ୍ତିଙ୍କୁ ପୋଲିସର ଧକ୍କା: ନ୍ୟାୟ ଦାବି
ଜିଲ୍ଲାପାଳଙ୍କୁ ଅଭିଯୋଗ ଜଣାଇବା ପାଇଁ ଆସିଥିବା ବ୍ୟକ୍ତିଙ୍କୁ ପୋଲିସର ଧକ୍କା: ନ୍ୟାୟ ଦାବି

By

Published : Jul 16, 2022, 12:25 PM IST

ଢେଙ୍କାନାଳ: ପୁଣି ଖାକିର ଦାଦାଗିରି । ଜିଲ୍ଲାପାଳଙ୍କ ନିକଟକୁ ଅଭିଯୋଗ ନେଇ ଆସିଥିବା ଯୁବକକୁ ପୋଲିସ ଆକ୍ରମଣ । ଧକ୍କା ତଣ୍ଟିଆ ମାରିଲା ପୋଲିସ । ପରେ ଯୁବକଙ୍କୁ ଭ୍ୟାନରେ ବସାଇ ନେଇଗଲା ଥାନାକୁ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଭାଇରାଲ ହେବା ପରେ ଚାରିଆଡୁ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଘଟିଛି ଏଭଳି ଘଟଣା ।

ଜିଲ୍ଲାପାଳଙ୍କୁ ଅଭିଯୋଗ ଜଣାଇବା ପାଇଁ ଆସିଥିବା ବ୍ୟକ୍ତିଙ୍କୁ ପୋଲିସର ଧକ୍କା: ନ୍ୟାୟ ଦାବି

ସୂଚନା ଅନୁସାରେ, କଙ୍କଡାହାଡ଼ ବ୍ଲକ କାର୍ଯ୍ୟାଳୟ ଠାରେ ଗତ ୧୧ ତାରିଖରେ ଜିଲ୍ଲାପାଳଙ୍କ ଏକ ମିଳିତ ଜନଅଭିଯୋଗ ଶୁଣାଣି ଚାଲୁଥିବା ବେଳେ ବାଟଗାଁ ପଞ୍ଚାୟତ ଗୋଡିସାହିର ଯୁବକ ବିପିନ ପରିଡା ତାଙ୍କ ଗ୍ରାମକୁ ରାସ୍ତା ନଥିବା ନେଇ ଅଭିଯୋଗ କରିବାକୁ ଆସିଥିଲେ । ଏହି ସମୟରେ ଯୁବକ ଜଣଙ୍କ ବଡ ପାଟି କରି ଅଭିଯୋଗ ଜଣାଇବା ବେଳେ ସେଠାରେ ଉପସ୍ଥିତ ଥିବା ପୋଲିସ ଅଧିକାରୀ ଓ କର୍ମଚାରୀ ମାନେ ଯୁବକଙ୍କୁ ଟାଣି ଆଣିବା ସହ ତଣ୍ଟିଆ, ଧକ୍କା ମାରି ପୋଲିସ ଭ୍ୟାନରେ ବସାଇ ଥାନାକୁ ନେଇଯାଇଛନ୍ତି ।

ତେବେ ସରକାର ପୋଲିସ ବିଭାଗକୁ 5T ଅଧିନକୁ ଆଣି ଲୋକ ମାନଙ୍କୁ ସେବା ଯୋଗାଇବାକୁ ପ୍ରୟାସ ଜାରି ରଖିଥିବା ବେଳେ କଙ୍କଡାହାଡ଼ ପୋଲିସର ଏଭଳି କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯାଇଛି । ସଂପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଥିବା ବେଳେ ପୋଲିସର ଏପର୍ଯ୍ୟନ୍ତ ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details