ଢେଙ୍କାନାଳ:ସାମାନ୍ୟ ବଚସାରେ ଯୁବକଙ୍କ ଆତ୍ମହତ୍ୟା । ବାପାଙ୍କ ସହ ବଚସା ହେବାରୁ ଟ୍ରେନ ଲାଇନରେ ପ୍ରାଣ ହାରିଲା ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳରେ । ମୃତ ଯୁବକ ଜଣଙ୍କ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କତକମଡ଼ା ଗ୍ରାମର ସନ୍ତୋଷ ବେହେରା ବୋଲି ଜଣାପଡିଛି ।
ସାମାନ୍ୟ କହଳର କରୁଣ ପରିଣତି, ଟ୍ରେନ ଲାଇନରେ ଆତ୍ମହତ୍ୟା କଲା ପୁଅ - ବାପା ସହ ସାମାନ୍ୟ ବଚସାରୁ ଟ୍ରେନ ଲାଇନରେ ଆତ୍ମହତ୍ୟା କଲା ପୁଅ
ପୂର୍ବତଟ ରେଳପଥର ଢେଙ୍କାନାଳ ସହର କଇଥ ପୋଲ ନିକଟରେ ଟ୍ରେନ ଲାଇନରେ ଯୁବକର ଆତ୍ମହତ୍ୟା । ଅଧିକ ପଢନ୍ତୁ...
ବାପା ସହ ସାମାନ୍ୟ ବଚସାରୁ ଟ୍ରେନ ଲାଇନରେ ଆତ୍ମହତ୍ୟା କଲା ପୁଅ
ପୂର୍ବତଟ ରେଳପଥର ଢେଙ୍କାନାଳ ଷ୍ଟେସନ ଓ ଶ୍ୟାମଚରଣପୁର ପିଏଚ ମଧ୍ୟରେ ଥିବା କଇଥ ପୋଲ ନିକଟରେ ସନ୍ତୋଷ ଟ୍ରେନ ଆଗକୁ ଆସି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଖବର ପାଇ ସନ୍ତୋଷଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଟ୍ରେନ ଧକ୍କାରେ ସନ୍ତୋଷଙ୍କ ମୃତଦେହ ଟ୍ରେନ ଲାଇନ ପାର୍ଶ୍ୱରେ ପଡିଥିବା ଦେଖାଯାଇଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ