ଢେଙ୍କାନାଳ:ଜିଲ୍ଲା ସ୍ଥିତ କପିଳାଶ ମୁଖ୍ୟରାସ୍ତାର ଭାଗବାନପୁର ନିକଟସ୍ଥ ଓଏସଏପି ବାଟାଲିୟନ ନିକଟରେ ସଡକ ଦୁର୍ଘଟଣା ଘଟିଛି । ଏଥିରେ ଜଣେ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।
ବାଇକ-ହାଇଡ୍ରା ମୁହାଁମୁହିଁ: ବାଇକ ଆରୋହୀ ମୃତ - ଢେଙ୍କାନାଳରେ ଦୁର୍ଘଟଣା
ଢେଙ୍କାନାଳରେ ବାଇକ ଉପରେ ମାଡିଗଲା ହାଇଡ୍ରା । ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ । ଅଧିକ ପଢନ୍ତୁ...

ବାଇକ-ହାଇଡ୍ରା ମୁହାଁମହୁିଁ: ବାଇକ ଆରୋହୀ ମୃତ
ବାଇକ-ହାଇଡ୍ରା ମୁହାଁମହୁିଁ: ବାଇକ ଆରୋହୀ ମୃତବାଇକ-ହାଇଡ୍ରା ମୁହାଁମହୁିଁ: ବାଇକ ଆରୋହୀ ମୃତ
ମୃତକ ଜଣକ ହେଲେ ସଦର ଥାନା ନେଉଳ ପୋଇ ଗ୍ରାମର ଅଜୟ ଗଡନାୟକ । ଅଜୟ ତାଙ୍କ ବାଇକ ଯୋଗେ ଢେଙ୍କାନାଳରୁ ଗାଁକୁ ଫେରୁ ଥିବାବେଳେ ଭାଗବାନପୁର ଓଏସଏପି ବାଟାଲିୟନ ନିକଟରେ ଏକ ହାଇଡ୍ରା ତାଙ୍କ ବାଇକ ଉପରେ ମାଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ଖବର ପାଇ ଟାଉନ ଥାନା ପୋଲିସ ପହଞ୍ଚି ଦୁର୍ଘଟଣା ଘଟିଥିବା ହାଇଡ୍ରାକୁ ଜବତ କରିଛି । ଅନ୍ୟପଟେ ଗାଡି ଡ୍ରାଇଭର ଫେରାର ହୋଇଯାଇ ଥିବାବେଳେ ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ