ଓଡିଶା

odisha

ETV Bharat / state

ମିଳିନି ବକେୟା ଦରମା, ଠିକା ସଂସ୍ଥା ସମ୍ମୁଖରେ ଶ୍ରମିକଙ୍କ ଗଣଧାରଣା - ଢେଙ୍କାନାଳ

ଢେଙ୍କାନାଳରେ ଶ୍ରମିକଙ୍କୁ ଦରମା ଦେଇନଥିବା ଏବଂ ସେମାନଙ୍କର ବିଭିନ୍ନ ସମସ୍ୟାକୁ ଠିକା ସଂସ୍ଥା ଅଣଦେଖା କରିଥିବାର ଅଭିଯୋଗ ହୋଇଛି । ଏଥିପାଇଁ ସଂସ୍ଥାର କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି । ଅଧିକ ପଢନ୍ତୁ...

ମିଳିନି ବକେୟା ଦରମା, ଠିକା ସଂସ୍ଥା ସମ୍ମୁଖରେ ଶ୍ରମିକଙ୍କ ଗଣଧାରଣା
ମିଳିନି ବକେୟା ଦରମା, ଠିକା ସଂସ୍ଥା ସମ୍ମୁଖରେ ଶ୍ରମିକଙ୍କ ଗଣଧାରଣା

By

Published : Jan 14, 2021, 5:16 PM IST

ଢେଙ୍କାନାଳ: ଭୁବନ ଦେଇ ଯାଇଥିବା ଜାତୀୟ ରାଜପଥ-୫୩ ସଂପ୍ରସାରଣ ପାଇଁ ବାଲାଜୀ ଇଞ୍ଜିକନ ପ୍ରାଇଭେଟ ଲିମିଟେଡ ନାମକ ଏକ ଠିକା ସଂସ୍ଥା ହାତକୁ ନେଇଛି । ଆଜକୁ ଦୀର୍ଘ ବର୍ଷ ହେବ ଅଞ୍ଚଳର ଶ୍ରମିକଙ୍କୁ ବିଭିନ୍ନ କାର୍ଯ୍ୟରେ ଠିକା ଭାବରେ ନିୟୋଜିତ କରିଥିଲା କିନ୍ତୁ ଠିକା ଶ୍ରମିକଙ୍କ ମଧ୍ୟରୁ 15ରୁ ଊର୍ଦ୍ଧ୍ବ ଶ୍ରମିକଙ୍କୁ ଆଜକୁ ଏକ ବର୍ଷ ହେବ ଦରମା ଦେଇନଥିବା ଏବଂ ସେମାନଙ୍କର ବିଭିନ୍ନ ସମସ୍ୟାକୁ ଠିକା ସଂସ୍ଥା ଅଣଦେଖା କରିଥିବାର ଅଭିଯୋଗ ହୋଇଛି ।

ମିଳିନି ବକେୟା ଦରମା, ଠିକା ସଂସ୍ଥା ସମ୍ମୁଖରେ ଶ୍ରମିକଙ୍କ ଗଣଧାରଣା

ଶ୍ରମିକମାନେ ବାରମ୍ବାର ନିଜର ବକେୟା ଦରମା ପାଇଁ ଠିକା ସଂସ୍ଥା କାର୍ଯ୍ୟାଳୟକୁ ଧାଇଁଥିଲେ ମଧ୍ୟ ସେମାନଙ୍କୁ କୌଣସି ସୁଫଳ ମିଳିନଥିଲା ଫଳରେ ଏହି ଶ୍ରମିକମାନେ ଠିକ ସଂସ୍ଥାର କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ଗଣଧାରଣା ଦେଇଛନ୍ତି । ସମସ୍ତ ଶ୍ରମିକମାନେ ସେମାନଙ୍କର ସମସ୍ୟାର ସମାଧାନ ଏବଂ ବକେୟା ଅର୍ଥରାଶି ନମିଳିବା ପର୍ଯ୍ୟନ୍ତ ଫାଟକ ସମ୍ମୁଖରେ ଧାରଣାରେ ବସିରହିବେ ବୋଲି ଦାବି କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details