ଓଡିଶା

odisha

ETV Bharat / state

ଏସିଡ ମାଡରେ ମହିଳା ଗୁରୁତର - ଏସିଡ ମାଡରେ ମହିଳା ଗୁରୁତର

ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗରରେ ଏସିଡ୍ ମାଡରେ ଜଣେ ବିବାହିତା ମହିଳା ଗୁରୁତର । ଗୁରୁତର ମହିଳାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ

ଏସିଡ ମାଡରେ ମହିଳା ଗୁରୁତର
ଏସିଡ ମାଡରେ ମହିଳା ଗୁରୁତର

By

Published : Mar 12, 2022, 11:00 PM IST

ଢେଙ୍କାନାଳ:ଜିଲ୍ଲାର କାମାକ୍ଷାନଗରରେ ଏସିଡ୍ ମାଡରେ ଜଣେ ବିବାହିତା ମହିଳା ଗୁରୁତର । ଗୁରୁତର ମହିଳାଙ୍କୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ମହିଳାଙ୍କ ହେଲେ କାମାକ୍ଷାନଗରର ସୁନିତା ବେହେରା ।

ଏସିଡ ମାଡରେ ମହିଳା ଗୁରୁତର

ସୂଚନା ଅନୁସାରେ ଆଜି(ଶନିବାର) ସଂନ୍ଧ୍ୟାରେ କାମାକ୍ଷାନଗର ଥାନା ଜାତୀୟ ରାଜପଥ ମୁକ୍ତାପଶି ଗ୍ରାମ ରାସ୍ତା କଡରେ ମହିଳା ଜଣଙ୍କ ମୁର୍ମୂଷ ଅବସ୍ଥାରେ ପଡିରହିଥିବାବେଳେ ବାଟରେ ଯାଉଥିବା କିଛି ଲୋକେ ଦେଖି ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡିକାଲକୁ ପଠାଇଥିଲେ । ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ମହିଳା ଜଣକ ଗୁରୁତର ଥିବାରୁ କୌଣସି କଥା କହିପାରୁ ନାହାନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରି ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details