ଓଡିଶା

odisha

ETV Bharat / state

ରୋଷେଇ ବେଳେ ଫାଟିଲା ଷ୍ଟୋଭ, ଜଳିଗଲେ ମହିଳା - ଜଳିଗଲେ ମହିଳା

ଷ୍ଟୋଭ ଫାଟି ନିଆଁରେ ଜଳିଗଲେ ମହିଳା । ଢେଙ୍କାନାଳରୁ ଦେଖିବାକୁ ମିଳିଛି ଏଭଳି ଦୁଃଖଦ ଘଟଣା । ଅଧିକ ପଢନ୍ତୁ...

woman was stabbed and burned in the fire
ଷ୍ଟୋଭ ଫାଟି ନିଆଁରେ ଜଳିଗଲେ ମହିଳା

By

Published : Mar 24, 2021, 12:50 PM IST

ଢେଙ୍କାନାଳ: ଜିଅନ୍ତା ଜଳିଗଲେ ମହିଳା । କିରୋସିନ ଷ୍ଟୋଭ ଫାଟି ନିଆଁ ଲାଗିଯିବାରୁ ଏପରି ଅଘଟଣ ଘଟିଛି । ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଛି । ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ ଜାଆନ୍ଦାପଶି ଗାଁର ନୂଆ ସାହିରେ । ମୃତ ମହିଳା ଜଣଙ୍କ ସେହି ଗ୍ରାମର କାର୍ତ୍ତିକ ଭୋଇଙ୍କ ପତ୍ନୀ ସୀମା ଭୋଇ ବୋଲି ଜଣାପଡିଛି ।

ସୀମା ରୋଷେଇ କରୁଥିବାବେଳେ ଅଚାନକ ଷ୍ଟୋଭ ଫାଟି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ତେବେ ନିଆଁରେ ରୋଷେଇଘରର ସମସ୍ତ ସାମଗ୍ରୀ ପୋଡିଯାଇଥିବା ଦେଖାଯାଇଛି । ପଡିଶା ଲୋକେ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ମହିଳା ଜଣଙ୍କ ପୋଡିହୋଇ ଘଟଣା ସ୍ଥଳରେ ପ୍ରାଣ ହରାଇଛନ୍ତି । ଖବର ପାଇ ଗଁନ୍ଦିଆ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details