ଓଡିଶା

odisha

ETV Bharat / state

ଗୁଟଖା ଖାଇବାକୁ ଜିଦ କରୁଥିଲେ ମହିଳା, ସ୍ବାମୀ ମନା କରିବାରୁ କୂଅକୁ ଡେଇଁ ପଡ଼ିଲେ - ଗୁଟଖା ଖାଇବାକୁ ମନା କରିବାରୁ କୂଅକୁ ଡେଇଁଲେ ପତ୍ନୀ

ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ ଅଭାବନୀୟ ଘଟଣା । ସ୍ବାମୀ ଗୁଟଖା ଖାଇବାକୁ ମନା କରିବାରୁ କୂଅକୁ ଡେଇଁ ଜୀବନ ହାରିବାକୁ ଉଦ୍ୟମ କଲେ ମହିଳା । ଅଧିକ ପଢ଼ନ୍ତୁ

woman attempt to suicide in Dhenkanal
woman attempt to suicide in Dhenkanal

By

Published : Mar 10, 2023, 7:52 PM IST

ଗୁଟଖା ଖାଇବାକୁ ମନା କରିବାରୁ କୂଅକୁ ଡେଇଁଲେ ପତ୍ନୀ

ଢେଙ୍କାନାଳ:ଗୁଟଖା ଖାଇବାକୁ ମହିଳାଙ୍କ ଜିଦ । ସ୍ବାମୀ ମନା କରିବାରୁ କୂଅକୁ ଡେଇଁଲେ ମହିଳା । ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଡାକ୍ତରଖାନାରେ ମଧ୍ୟ ଗୁଟଖା ଖାଇବାକୁ ଜିଦ କରି ଡାକ୍ତର ଓ କର୍ମଚାରୀଙ୍କୁ ନାକେଦମ କରିଛନ୍ତି ସମ୍ପୃକ୍ତ ମହିଳା ।

ଏହା ମଧ୍ୟ ପଢ଼ନ୍ତୁ:ବଜେଟକୁ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ପ୍ରଶଂସା, ଓବିସି ଗଣନାକୁ ନେଇ ସନ୍ତୋଷଜନକ ଉତ୍ତର ଦେଇପାରିଲେନି ସଚିବ

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ କାଞ୍ଚନ ବାହାଳି ଗ୍ରାମରେ ଦେଖିବାକୁ ମିଲିଛି ଏପରି ଅଭାବନୀୟ ଘଟଣା । କାଞ୍ଚନ ବାହାଳୀ ଗ୍ରାମର ସୁଶାନ୍ତ ମୁଣ୍ଡାଙ୍କ ପତ୍ନୀ ରଇବାରୀ ମୁଣ୍ଡା ନାମକ ମହିଳା ଗୁଟଖା ଖାଇବାକୁ ଜିଦ କରି କୂଅକୁ ଡେଇଁଥିଲେ । ଘଟଣା ମୁତାବକ, ଆଜି(ଶୁକ୍ରବାର) ସ୍ବାମୀ ରଖିଥିବା ସଫଳ ଗୁଟଖାକୁ ପତ୍ନୀ ରଇବାରୀ ଖାଇବା ବେଳେ ସୁଶାନ୍ତ ମନା କରିଥିଲେ । ମାତ୍ର ରଇବାରୀ ଗୁଟଖା ଖାଇବାକୁ ଜିଦ ଧରି ନଦେଲେ କୂଅକୁ ଡେଇଁ ପଡିବେ ବୋଲି ଧମକ ଦେଇଥିଲେ । ସ୍ବାମୀ ଏକଥା ଶୁଣି ନଥିଲେ । ଫଳରେ ରଇବାରୀ ତାଙ୍କ ବାଡ଼ି ପଛରେ ଥିବା କୂଅକୁ ଡେଇଁ ପଡିଥିଲେ । ଏନେଇ ସୁଶାନ୍ତ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ସୂଚନା ପାଇ ଭୁବନ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ମହିଳାଙ୍କୁ କୂଅରୁ ଉଦ୍ଧାର କରିଥିଲା ଏବଂ ଭୁବନ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ:କେନ୍ଦ୍ରମନ୍ତ୍ରୀଙ୍କୁ ବର୍ଷାଙ୍କ ଅନୁରୋଧ: ଦିବଙ୍ଗତ ନେତାଙ୍କୁ ନିନ୍ଦିତ ନକରିବାକୁ ଦଳୀୟ ନେତାଙ୍କୁ ତାଗିଦ୍ କରନ୍ତୁ

ତେବେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରଇବାରି ପୁଣି ସଫଳ ଗୁଟଖା ଖାଇବାକୁ ଜିଦ ଧରିଥିଲେ। ମାତ୍ର ଡାକ୍ତରଖାନାରେ ଗୁଟଖା ଦେବାକୁ ମନା କରିବାରୁ ମହିଳାଙ୍କୁ ଦିଆଯାଇଥିବା ମେଡ଼ିସିନ ଫୋପାଡି ଦେବା ସହ ଡାକ୍ତରଖାନା ବେଡ଼ରୁ ପଳାଇବାକୁ ଉଦ୍ୟମ କରିଥିଲେ । ଯାହାକୁ ନେଇ ଡାକ୍ତରଖାନା ପରିସରରେ ଡାକ୍ତର ଓ କର୍ମଚାରୀଙ୍କୁ ନାକେ ଦମ ହେବାକୁ ପଡିଥିଲା । ପରେ ମେଡିକାଲ କର୍ତ୍ତୃପକ୍ଷ ବାଧ୍ୟ ହୋଇ ରଇବାରୀଙ୍କୁ ସଫଳ ଗୁଟଖା ଦେବା ପରେ ସେ ଇଞ୍ଜେକ୍ସନ ନେଇଥିଲେ । ତେବେ ସାମାନ୍ୟ ଗୁଟଖାକୁ ନେଇ ମହିଳାଙ୍କ ଏପରି କାଣ୍ଡ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details