ଓଡିଶା

odisha

ETV Bharat / state

ଘଉଡାଇବାବେଳେ ମହିଳା ଫରେଷ୍ଟରଙ୍କୁ କଚାଡି ଫିଙ୍ଗିଲା ଦନ୍ତା - elepahant attack

ଢେଙ୍କାନାଳ ମହାବିରରୋଡ ରେଞ୍ଜର,ଫରେଷ୍ଟର ସମେତ ହାତୀ ସ୍କ୍ବାଡର ଏକ ଟିମ ହାତୀର ଗତିବିଧି ଜାଣିବାକୁ ମହାବିରରୋଡ ରେଞ୍ଜ ଜଙ୍ଗଲକୁ ଯାଇଥିଲେ । ଏହି ସମୟରେ ସେମାନେ ହାତୀ ପଲଙ୍କ ସହ ମୁହାଁମୁହିଁ ହୋଇଯାଇଥିଲେ । ଅଧିକ ପଢନ୍ତୁ...

ଘଉଡାଇବାବେଳେ ମହିଳା ଫରେଷ୍ଟରଙ୍କୁ କଚାଡିଲା ଫିଙ୍ଗିଲା ଦନ୍ତା
ଘଉଡାଇବାବେଳେ ମହିଳା ଫରେଷ୍ଟରଙ୍କୁ କଚାଡିଲା ଫିଙ୍ଗିଲା ଦନ୍ତା

By

Published : Aug 2, 2020, 11:15 AM IST

ଢେଙ୍କାନାଳ: ହାତୀ ଘଉଡାଇବାକୁ ଯାଇ ଆକ୍ରମଣର ଶିକାର ହେଲେ ମହିଳା ଫରେଷ୍ଟର । ମହିଳା ଫରେଷ୍ଟରଙ୍କୁ ଦନ୍ତା ହାତୀ ଶୁଣ୍ଢରେ ଧରି କଚାଡି ଦେଇଥିଲା । ଏଥିରେ ଫରେଷ୍ଟରଙ୍କ ଛାତି ଓ ଗୋଡରେ ଗଭୀର ଭାବରେ ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଗୁରୁତର ମହିଳା ଫରେଷ୍ଟର ଜଣକ ଶଶିରେଖା ଦିଆଣି । ସେ ଢେଙ୍କାନାଳ ଜିଲ୍ଲା ମହାବିରରୋଡ ରେଞ୍ଚ ପଙ୍ଗାତିରାରେ ଫରେଷ୍ଟର ଭାବେ କାର୍ଯ୍ୟ କରୁଥିଲେ ।

ଘଉଡାଇବାବେଳେ ମହିଳା ଫରେଷ୍ଟରଙ୍କୁ କଚାଡିଲା ଫିଙ୍ଗିଲା ଦନ୍ତା

ଶନିବାର ରାତିରେ ଢେଙ୍କାନାଳ ମହାବିରରୋଡ ରେଞ୍ଜର,ଫରେଷ୍ଟର ସମେତ ହାତୀ ସ୍କ୍ବାଡର ଏକ ଟିମ ହାତୀର ଗତିବିଧି ଜାଣିବାକୁ ମହାବିରରୋଡ ରେଞ୍ଜ ଜଙ୍ଗଲକୁ ଯାଇଥିଲେ । ଏହି ସମୟରେ ସେମାନେ ହାତୀ ପଲଙ୍କ ସହ ମୁହାଁମୁହିଁ ହୋଇଯାଇଥିଲେ। ଫଳରେ ଦନ୍ତା ହାତୀ ମହିଳା ଫରେଷ୍ଟରଙ୍କୁ ଗୋଡାଇ ଶୁଣ୍ଢରେ ଟେକି କଚାଡି ଦେଇଥିଲା।

ବନକର୍ମଚାରୀଙ୍କ ସହାୟତାରେ ଉଦ୍ଧାର କରାଯାଇ ତାଙ୍କୁ ପ୍ରଥମେ ପର୍ଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details