ଢେଙ୍କାନାଳ: ବିଲକୁ କାମ କରିବାକୁ ଯାଇଥିବାବେଳେ କେନାଲ ପାଣିରେ ଭାସିଯାଇ ମହିଳା ମୃତ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଅଞ୍ଚଳରେ ଥିବା ରାମିଆଳ କେନାଲରେ ଘଟି ଯାଇଛି ଏଭଳି ଦୁଃଖଦ ଘଟଣା । ମୃତକ ହେଉଛନ୍ତି ବୁଢ଼ିବିଲି ଗ୍ରାମର ତ୍ରିଲୋଚନ ମହାନ୍ତିଙ୍କ ପତ୍ନୀ ସୁଶୀଳା ମହାନ୍ତି ।
ଲଗାଣ ବର୍ଷା ସାଜିଲା କାଳ, କେନାଲରେ ଭାସିଯାଇ ମହିଳା ମୃତ - ଢେଙ୍କାନାଳ କେନାଲରେ ଭାସିଗଲେ ମହିଳା ଚାଷୀ
ଢେଙ୍କାନାଳ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ରାମିଆଳ କେନାଲ ପାଣିରେ ଭାସିଯାଇ ମହିଳା ମୃତ । ବିଲକୁ କାମ କରିବାକୁ ଯାଇଥିବାବେଳେ ଭାସିଗଲେ ମହିଳା । ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି କଙ୍କଡ଼ାହାଡ ପୋଲିସ । ଅଧିକ ପଢ଼ନ୍ତୁ
ଲଗାଣ ବର୍ଷା ସାଜିଲା କାଳ, କେନାଲରେ ଭାସିଯାଇ ମହିଳା ମୃତ
ସୂଚନା ଅନୁସାରେ, ସୁଶୀଳା ଗତ କାଲି ବିଲକୁ କାମ କରିବାକୁ ଯାଇ ଆଉ ଫେରିନଥିଲେ । ତେବେ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ସ୍ଥାନିୟ ରାମିଆଳ କେନାଲରେ ବହୁ ଖୋଜିଥିଲେ ହେଁ ପାଇ ନଥିଲେ । ତେବେ ଆଜି କେନାଲରୁ ପାଣି ବନ୍ଦ କରିବା ପରେ ତାଙ୍କ ମୃତଦେହ ଗ୍ରାମର କିଛି ଦୂରରେ ସେହି କେନଲରେ ଭାସୁଥିବା ଦେଖିବାକୁ ମିଳିଥିଲା । କଙ୍କଡ଼ାହାଡ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଲଗାଣ ବର୍ଷା ପରେ ରାମିଆଳ କେନାଲରେ ବନ୍ୟା ଯୋଗୁଁ ଏପରି ଅଘଟଣ ଘଟିଥିବା ଜଣାପଡିଛି ।
ଇଟିଭି ଭାରତ, ଢେଙ୍କାନାଳ
Last Updated : Aug 9, 2022, 7:39 PM IST