ଢେଙ୍କାନାଳ:ଜିଲ୍ଲାରେସ୍ବାସ୍ଥ୍ୟ ବ୍ୟବସ୍ଥାର ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାରୀ ଯୋଜନା ରହିଥିବାବେଳେ ଲୋକଙ୍କ ପାଇଁ ସବୁକିଛି କେତେମାତ୍ରାରେ ବ୍ୟବସ୍ଥିତ ପ୍ରଶ୍ନ ଉଠିଛି । ମେଡିକାଲ ବନ୍ଦ ଥିବାରୁ ଜିଲ୍ଲାର ଜଣେ ମହିଳା ମେଡିକାଲ ପରିସରରେ ଥିବା ଏକ ଗଛମୂଳେ କଂକ୍ରିଟ ଉପରେ ଶିଶୁ ପୁତ୍ରକୁ ଜନ୍ମ ଦେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଏକ ଘଟଣା ଘଟିଛି ଜିଲ୍ଲାର କଙ୍କଡାହାଡ଼ ବ୍ଲକ ବିରାଶାଳ ମେଡ଼ିକାଲରେ ।
ସୂଚନା ଅନୁସାରେ, ଢେଙ୍କାନାଳ ରହଣି ଗାଁର ସନ୍ତୋଷ ନାୟକଙ୍କ ପତ୍ନୀ ଦେବକୀ ନାୟକଙ୍କର ପ୍ରସବ ବେଦନା ହୋଇଥିଲା । ଏନେଇ ତାଙ୍କୁ ସଂନ୍ଧ୍ୟା ୭.୦୦ଟାରେ ପରିବାର ଲୋକେ ମେଡ଼ିକାଲକୁ ଆଣିଥିଲେ । ମାତ୍ର ମେଡିକାଲରେ କୌଣସି କର୍ମଚାରୀ ନ ଥିଲେ କିମ୍ବା ମେଡ଼ିକାଲ ବନ୍ଦ ଥିଲା । ଦୀର୍ଘ ୧.୦୦ଘଣ୍ଟା ଧରି ସେଠାରେ ଅପେକ୍ଷା କରିବା ପରେ ମେଡ଼ିକାଲ କ୍ୟାମ୍ପସ ଭିତରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ମହିଳା ଜଣଙ୍କ ।