ଓଡିଶା

odisha

ETV Bharat / state

ଭୁଶୁଡିଲା କୂଅ, ଅଳ୍ପକେ ବର୍ତ୍ତିଲେ ମହିଳା

ପାଣି କାଢିବା ସମୟରେ ଭୁଶୁଡିଲା କୂଅ । ଅଳ୍ପକେ ବର୍ତ୍ତିଲେ ମହିଳା । ନିମ୍ନ ମାନର କାର୍ଯ୍ୟ କାରଣରୁ କୂଅଟି ବିପଦ ସଙ୍କୁଳ ଅବସ୍ଥାରେ ଥିବାରୁ ଏହାର ସ୍ଥାୟୀ ମରାମତି ପାଇଁ ଅଞ୍ଚଳବାସୀଙ୍କ ଦାବି ।

By

Published : May 14, 2021, 8:02 AM IST

ଭୁଷୁଡିଲା କୂଅ, ଅଳ୍ପକେ ବର୍ତ୍ତିଲେ ମହିଳା
ଭୁଷୁଡିଲା କୂଅ, ଅଳ୍ପକେ ବର୍ତ୍ତିଲେ ମହିଳା

ଢେଙ୍କାନାଳ:କୂଅରୁ ପାଣି କାଢିବା ସମୟରେ ଭୁଶୁଡିଲା କୂଅ । ଅଳ୍ପକେ ବର୍ତ୍ତିଲେ ମହିଳା । ଏପରି ଏକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଏନଏସି ଓ୍ବାର୍ଡ ନମ୍ବର ୪ ଥୋରିଆ ସାହିରେ । ଭୁବନ ଏନଏସିରେ ଅଞ୍ଚଳବାସୀଙ୍କ ସୁବିଧା ପାଇଁ ଖର୍ଚ୍ଚ ହେଉଛି କୋଟିକୋଟି ଟଙ୍କାର ପ୍ରକଳ୍ପ । କିନ୍ତୁ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା କାରଣରୁ ନିର୍ମାଣାଧିନ କାର୍ଯ୍ୟ ଏଠାରେ ଦିର୍ଘସ୍ଥାୟୀ ହୋଇପାରୁନାହିଁ ।

ଭୁଷୁଡିଲା କୂଅ, ଅଳ୍ପକେ ବର୍ତ୍ତିଲେ ମହିଳା

ଏହି କୂଅ ଉପରେ ୪୦ରୁ ଊର୍ଦ୍ଧ୍ବ ପରିବାର ନିର୍ଭର ଥିବା ବେଳେ କୂଅରେ ଠିକ ଭାବରେ ନନ୍ଦ ଯୋଡି ହୋଇନଥିଲା ଏବଂ କମ ବାଲିରେ ପ୍ୟାକିଂ ହୋଇଥିଲା । ତେବେ ନିମ୍ନ ମାନର କାର୍ଯ୍ୟ କାରଣରୁ କୂଅଟି ବିପଦ ସଙ୍କୁଳ ଅବସ୍ଥାରେ ବର୍ତ୍ତମାନ ଥିବାରୁ ତୁରନ୍ତ ଏହାର ସ୍ଥାୟୀ ମରାମତି ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଲା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details