ଓଡିଶା

odisha

ETV Bharat / state

ଲଗାଣ ବର୍ଷାରେ ବେହାଲ ଢେଙ୍କାନାଳ, ତଳିଆ ଅଞ୍ଚଳରେ ବୁଡିଲା ରାସ୍ତା - ଲଗାଣ ବର୍ଷାରେ ବେହାଲ ଢେଙ୍କାନାଳ

ଲଗାଣ ବର୍ଷାରେ ବେହାଲ ଢେଙ୍କାନାଳ। ତଳିଆ ଅଞ୍ଚଳରେ ପଶିଲା ପାଣି । ରାସ୍ତାରେ ଚାଲୁଛି ତିନି ଫୁଟର ପାଣି ।ଅଧିକ ପଢନ୍ତୁ...

water logging in dhenkanal
ଲଗାଣ ବର୍ଷାରେ ବେହାଲ ଢେଙ୍କାନାଳ, ତଳିଆ ଅଞ୍ଚଳରେ ପଶିଲା ପାଣି

By

Published : Aug 14, 2020, 12:03 PM IST

ଢେଙ୍କାନାଳ: ଲଗାଣ ବର୍ଷା ଯୋଗୁଁ ଢେଙ୍କାନାଳ ସହରର କେତେକ ବସ୍ତି ଜଳମଗ୍ନ ହୋଇଯାଇଛି । ଫଳରେ ବସ୍ତି ବାସିନ୍ଦାମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ବିଳମ୍ବିତ ରାତିରେ ଲଗାଣ ବର୍ଷା ହେତୁ ସହରର ଟାଉନ ପ୍ଲାନିଂ, ଗାୟତ୍ରୀ ନଗର, ଦକ୍ଷିଣକାଳୀ ତଳି ଅଞ୍ଚଳ ଓ ଗୁଡିଆନାଳୀ ତଳି ଅଞ୍ଚଳରେ ଥିବା ଲୋକଙ୍କ ଘରେ ବର୍ଷା ପାଣି ପଶି ଯାଇଛି ।

ଲଗାଣ ବର୍ଷାରେ ବେହାଲ ଢେଙ୍କାନାଳ, ତଳିଆ ଅଞ୍ଚଳରେ ପଶିଲା ପାଣି

ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ଦୁଇଶହରୁ ଅଧିକ ପରିବାର । ଫଳରେ ଲୋକଙ୍କ ଦୁର୍ଦ୍ଦଶା ବଢିଯାଇଛି। ଏହି ଅଞ୍ଚଳ ଗୁଡିକରେ ସଠିକ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ରାସ୍ତାରେ ତିନି ଫୁଟର ପାଣି ଚାଲୁଥିବାରୁ କୁତ୍ରିମ ବନ୍ୟାର ଭ୍ରମ ମଧ୍ୟ ସୃଷ୍ଟି ହୋଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details