ଢେଙ୍କାନାଳ: ଚାଲିଛି ମତଦାନ । ଢେଙ୍କାନାଳ ପୌର ପରିଷଦର ମୋଟ ୨୩ଟି ୱାର୍ଡ ପାଇଁ ୫୧ହଜାର ୧୬୧ ଜଣ ଭୋଟର ମତ ସାବ୍ୟସ୍ତ କରୁଛନ୍ତି । ସେମାନଙ୍କ ୨୫,୮୭୬ ପୁରୁଷ ଓ ୨୫, ୨୮୨ ଜଣ ମହିଳା ଭୋଟର ରହିଛନ୍ତି । ଅପରପକ୍ଷରେ ୩ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି । ପୌରଧ୍ୟକ୍ଷା ପଦବୀ ପାଇଁ ୭ ଜଣ ପ୍ରାର୍ଥିନୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ୨୩ଟି ୱାର୍ଡ ପାଇଁ ୮୦ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ଭୋଟର । ସକାଳ ୮ଟାରୁ ଆରମ୍ଭ ହୋଇଥିବା ଏହି ମତଦାନ ଅପରାହ୍ନ ୫ଟା ଯାଏ ଚାଲିବ।
ମତଦାନ ଚାଲିଥିବା ମୋଟ ୫୩ଟି ବୁଥରୁ ୧୯ ବୁଥ୍ ସମ୍ବେଦନଶୀଳ ରହିଛି । ଏହାବ୍ୟତୀତ ୪ଟି ବୁଥ ଅତି ସମ୍ବେଦନଶୀଳ ରହିଥିବା ବେଳେ ଏହି ବୁଥରେ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ଦେଖିବାକୁ ମିଳିଛି । ଅପରପକ୍ଷରେ ଜର୍ଜ ସ୍କୁଲର ସମସ୍ତ ୩ଟି ବୁଥକୁ ମଡେଲ ବୁଥ କରାଯାଇଛି । ସେହିପରି କୁଞ୍ଜକାନ୍ତ ସ୍କୁଲର ୩ଟି ବୁଥକୁ ପିଙ୍କ ବୁଥ ଭାବେ କରାଯାଇଛି ।