ଓଡିଶା

odisha

By

Published : Jun 7, 2022, 7:45 PM IST

ETV Bharat / state

ଗୋଚର ଭୂମି ଜବରଦଖଲ ଅଭିଯୋଗ, ଆରଆଇ କାର୍ଯ୍ୟାଳୟ ଘେରାଉ କଲେ ଗ୍ରାମବାସୀ

ଢେଙ୍କାନାଳରେ ଗୋଚର ଓ ପତିତ ଭୂମି ଜବରଦଖଲ ଅଭିଯୋଗ । ରାଜସ୍ବ ନିରୀକ୍ଷକଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିବା ପରେ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ । ଘଟଣାସ୍ଥଳରେ ସ୍ଥାନୀୟ ତହସିଲଦାର ଓ ପୋଲିସ ପହଞ୍ଚି ଦାବି ପୂରଣ ନେଇ ଦେଲେ ପ୍ରତିଶ୍ରୁତି । ଅଧିକ ପଢ଼ନ୍ତୁ

ଢେଙ୍କାନାଳରେ ଗୋଚର ଭୂମି ଜବରଦଖଲ ଅଭିଯୋଗ, ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କଲେ ଗ୍ରାମବାସୀ
ଢେଙ୍କାନାଳରେ ଗୋଚର ଭୂମି ଜବରଦଖଲ ଅଭିଯୋଗ, ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କଲେ ଗ୍ରାମବାସୀ

ଢେଙ୍କାନାଳ: ରାଜସ୍ବ ନିରୀକ୍ଷକଙ୍କ ମନମାନି ନେଇ ଉତ୍ତେଜନା । କାର୍ଯ୍ୟାଳୟ ଘେରାଉ କଲେ ସ୍ଥାନୀୟ ବାସିନ୍ଦା । ସ୍ଥାନୀୟ ତହସିଲଦାର ଓ ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ଆନ୍ଦୋଳନରୁ ଓହରିଲେ ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଅନ୍ତର୍ଗତ ବିରିବୋଲେଇ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ।

ଢେଙ୍କାନାଳରେ ଗୋଚର ଭୂମି ଜବରଦଖଲ ଅଭିଯୋଗ, ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କଲେ ଗ୍ରାମବାସୀ

ସୂଚନା ଅନୁସାରେ ବିରିବୋଲେଇ ଗ୍ରାମର ଗୋଚର ଓ ପତିତ ଭୂମିକୁ ଗ୍ରାମର ଜଣେ ମୁଷ୍ଟିମେୟ ବ୍ୟକ୍ତି ଜବରଦଖଲ କରି କୋଠାଘର ନିର୍ମାଣ କରୁଛନ୍ତି । ଏ ସମ୍ପର୍କରେ ଗ୍ରାମବାସୀ ରାଜସ୍ବ ନିରୀକ୍ଷକଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା । ଫଳରେ ଅସନ୍ତୁଷ୍ଟ ଗ୍ରାମବାସୀ ବିରିବୋଲେଇ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଦୀର୍ଘ ୩ଘଣ୍ଟା ପରେ କଙ୍କଡାହାଡ଼ ତହସିଲ କର୍ମଚାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶୀଘ୍ର ଜବରଦଖଲ ହୋଇଥିବା ଜାଗାକୁ ଚିହ୍ନଟ କରି ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details