ଓଡିଶା

odisha

ETV Bharat / state

ପିଲା ଚୋର ସନ୍ଦେହରେ ଯୁବକଙ୍କୁ ନିର୍ଧୁମ ଛେଚିଲେ ଗ୍ରାମବାସୀ, ଭିଡିଓ ଭାଇରାଲ - ଚୋର ସନ୍ଦେହରେ ଯୁବକଙ୍କୁ ନିର୍ଧୁମ ଛେଚିଲେ ଗ୍ରାମବାସୀ

ଢେଙ୍କାନାଳ ଜିଲ୍ଲା ଆଛନ୍ଦ ଗ୍ରାମରେ ଜଣେ ଯୁବକକୁ ପିଲା ଚୋର ସନ୍ଦେହରେ ଗ୍ରାମବାସୀ ନିର୍ଧୁମ ଛେଚିଥିବା ଜଣାପଡିଛି । ଖବର ପାଇ ପୋଲିସ ଉକ୍ତ ଯୁବକଙ୍କୁ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରିଛନ୍ତି । ଅଧିକ ପଢନ୍ତୁ...

ପିଲା ଚୋର ସନ୍ଦେହରେ ଯୁବକଙ୍କୁ ନିର୍ଧୁମ ଛେଚିଲେ ଗ୍ରାମବାସୀ
ପିଲା ଚୋର ସନ୍ଦେହରେ ଯୁବକଙ୍କୁ ନିର୍ଧୁମ ଛେଚିଲେ ଗ୍ରାମବାସୀ

By

Published : Apr 30, 2021, 8:32 PM IST

ଢେଙ୍କାନାଳ: ପିଲା ଚୋର ସନ୍ଦେହରେ ଯୁବକଙ୍କୁ ନିର୍ଧୁମ ଛେଚିଲେ ଗ୍ରାମବାସୀ । ଢେଙ୍କାନାଳ ଜିଲ୍ଲା ଆଛନ୍ଦ ଗ୍ରାମରେ ଜଣେ ଯୁବକକୁ ପିଲା ଚୋର ସନ୍ଦେହରେ ଗ୍ରାମବାସୀ ନିର୍ଧୁମ ଛେଚିଥିବା ଜଣାପଡିଛି ।

ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଆଛନ୍ଦ ଗ୍ରାମବାସୀ ଜଣେ ଯୁବକକୁ ପିଲା ଚୋର ସନ୍ଦେହ କରି ନିର୍ଧୁମ ମାଡ ମାରିଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏପରିକି ଯୁବକ ଜଣଙ୍କ ଗ୍ରାମବାସୀଙ୍କ ମାଡ଼ରେ ଲହୁ ଲୁହାଣ ହୋଇଥିବା ଜଣାପଡିଛି ।

ପିଲା ଚୋର ସନ୍ଦେହରେ ଯୁବକଙ୍କୁ ନିର୍ଧୁମ ଛେଚିଲେ ଗ୍ରାମବାସୀ

ଖବର ପାଇ ସଦର ପୋଲିସ ଉକ୍ତ ଯୁବକକୁ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରିଛନ୍ତି । ତେବେ ପୋଲିସ ଯାଞ୍ଚରୁ ଉକ୍ତ ଯୁବକ ଜଣକ ସଦର ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ଅଜୟ ସ୍ୱାଇଁ ବୋଲି ଜଣାପଡିଛି ।

ଅଜୟ ଆଛନ୍ଦ ଗ୍ରାମ ନିକଟକୁ ଏକ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଯାଇଥିଲେ । ସେ ପାଖ ଆଛନ୍ଦ ଗ୍ରାମକୁ ବୁଲିବାକୁ ଯାଇଥିବା ବେଳେ କିଛି ଯୁବକ ତାଙ୍କୁ ପିଲା ଚୋର ବୋଲି ସନ୍ଦେହ କରି ମାଡ଼ ମାରିଥିଲେ। ଫଳରେ ସେ ମାଡ ଭୟରେ ପ୍ରାଣ ବିକଳରେ ଦୌଡି ପଳାଇବାରୁ ଗ୍ରାମବାସୀଙ୍କ ସନ୍ଦେହ ଆହୁରି ବଢିଥିଲା ।

ଯାହା ଫଳରେ ଗ୍ରାମବାସୀ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଧରି ନିର୍ଧୁମ ଛେଚିଥିବା ଜଣାପଡିଛି । ତେବେ ପୋଲିସ ଯାଞ୍ଚ କରିବାରେ ଗ୍ରାମବାସୀଙ୍କ ସନ୍ଦେହ ଭୁଲ ବୋଲି ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details