ଓଡିଶା

odisha

ETV Bharat / state

ପାନୀୟ ଜଳ ଦାବିରେ ଗ୍ରାମବାସୀଙ୍କ ରାସ୍ତା ଅବରୋଧ - Villagers blocked road in Dhenkanal

ଢେଙ୍କାନାଳ ଜିଲ୍ଲାର ଭୁବନ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଯୋଗୁଁ ମୃଦଙ୍ଗା ପଞ୍ଚାୟତର ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ...

Villagers blocked road for drinking water in Dhenkanal
ପାନୀୟ ଜଳ ଦାବିରେ ଗ୍ରାମବାସୀଙ୍କ ରାସ୍ତା ଅବରୋଧ

By

Published : Dec 25, 2020, 6:46 PM IST

ଢେଙ୍କାନାଳ: ଜିଲ୍ଲାର ଭୁବନ ଅଞ୍ଚଳର ମୃଦଙ୍ଗା ଗ୍ରାମବାସୀମାନେ ପାନୀୟ ଜଳ ଯୋଗାଇଦେବା ଦାବିରେ ମୃଦଙ୍ଗା ପଞ୍ଚାୟତର ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ । ତେବେ ତହସିଲଦାର ଓ ବିଡିଓ ବୁଝାସୁଝା କରିବା ପରେ ସେମାନେ ରାସ୍ତାରୁ ହଟିଛନ୍ତି ।

ପାନୀୟ ଜଳ ଦାବିରେ ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ଲୋକମାନଙ୍କୁ ପାନୀୟ ଜଳ ଯୋଗାଇବା ପାଇଁ ରାଜ୍ୟ ସରକାର ବସୁଧା ଯୋଜନା ପ୍ରଣୟନ କରିଛନ୍ତି । କିନ୍ତୁ ଆଜକୁ ଦୁଇ ମାସ ହେଲା ପାନୀୟ ଜଳରୁ ବଞ୍ଚିତ ହେଉଛନ୍ତି ମୃଦଙ୍ଗା ଗ୍ରାମବାସୀ । ସେହି ଗ୍ରାମରେ ସରକାରଙ୍କ ତରଫରୁ ବସୁଧା ଯୋଜନାରେ ପଚାଶ ହଜାର କ୍ଷମତା ବିଶିଷ୍ଟ ପାନୀୟ ଜଳ ପ୍ରକଳ୍ପ ହୋଇଥିଲା । କିନ୍ତୁ ଗତ ଦୁଇ ବର୍ଷ ହେବ ପାଣି ଠିକ୍‌ ଭାବରେ ମିଳୁ ନଥିବା ବେଳେ ଏବେ ଏକ ମାସ ହେବ ପାଣି ପାଇ ପାରୁନାହାନ୍ତି ଗ୍ରାମବାସୀ ।

ବାରମ୍ବାର ଅଭିଯୋଗ ସତ୍ତ୍ବେ କେହି ନ ଶୁଣିବାରୁ ବାଧ୍ୟ ହୋଇ ଗ୍ରାମବାସୀମାନେ ଶୁକ୍ରବାର ରାଜରାସ୍ତାକୁ ଓଲହାଇଥିଲେ । ପାାନୀୟ ଜଳ ସମସ୍ୟା ଦୂର ନ ହେବା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିବେ ବୋଲି ଗ୍ରାମବାସୀମାନେ କହିଥିଲେ । ଖବର ପାଇ ଘଟଣାସ୍ଥଳରେ ତହସିଲଦାର ଓ ବିଡିଓ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ପ୍ରତିଶୃତି ଦେବା ପରେ ରାସ୍ତାରୋକରୁ ହଟିଥିଲେ ଗ୍ରାମବାସୀ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details