ଓଡିଶା

odisha

By

Published : Nov 18, 2020, 6:19 PM IST

ETV Bharat / state

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ, ଦୁଇ କୋଟି ଟଙ୍କାର ସମ୍ପତ୍ତି ଠାବ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଳଚେରର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଦାମୀ ବିଳାସପୂର୍ଣ୍ଣ କୋଠାଘର ସହ ଦାମୀ କାର ଓ ସୁନା ଗହଣା ସହ ପ୍ରାୟ ୨କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଏଥିସହ ବର୍ତ୍ତମାନ ୬ଟି ସ୍ଥାନରେ ଭିଜିଲାନ୍ସର ଚଢ଼ାଉ ଜାରି ରଖିଛି । ଅଧିକ ପଢନ୍ତୁ...

vigilance raid on rural development assistant engineer of talcher
ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ, ଦୁଇ କୋଟି ଟଙ୍କାର ସଂପତ୍ତି ଠାବ

ଢେଙ୍କାନାଳ: ସହକାରୀ ଯନ୍ତ୍ରୀଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ଦାମୀ ବିଳାସପୂର୍ଣ୍ଣ କୋଠାଘର ସହ ଦାମୀ କାର ଓ ସୁନା ଗହଣା ସହ ପ୍ରାୟ ୨କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ତାଳଚେର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଚନ୍ଦ୍ରମଣି ସାହୁଙ୍କର ୬ଟି ସ୍ଥାନରେ ଭିଜିଲାନ୍ସର ଚଢ଼ାଉ ଜାରି ରଖିଛି ।

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ, ଦୁଇ କୋଟି ଟଙ୍କାର ସଂପତ୍ତି ଠାବ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଳଚେରର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ସହକାରୀ ଯନ୍ତ୍ରୀ ହେଲେ ଚନ୍ଦ୍ରମଣି ସାହୁଙ୍କ ଘରେ ଭିଜିଲାନ୍ସ ବିଭାଗ ଦ୍ବାରା ଏକା ସାଙ୍ଗରେ ଛଅ ଛଅଟି ସ୍ଥାନରେ ଏହି ଚଢାଉ ଜାରି ରହିଛି । ତାଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ରହିଥିଲା । ଚନ୍ଦ୍ରମଣି ସାହୁଙ୍କ ତାଳଚେର ସ୍ଥିତ ଅଫିସ ଢେଙ୍କାନାଳ ସହରର ଟାଉନପ୍ଲାନିଙ୍ଗ ସ୍ଥିତ ବାସଭବନ, ଷ୍ଟେସନ ବଜାର ସ୍ଥିତ ଘର, ମହାବୀର ବଜାରରେ ଥିବା ଶଶୁର ଘର ପିଙ୍ଗୁଆ ଖଣ୍ଡବନ୍ଧ ନିକଟରେ ଥିବା ପୈତୃକ ଘର ଏବଂ ଭୁବନେଶ୍ବର ଟଙ୍କପାଣି ସ୍ଥିତ ଫ୍ଲାଟରେ ଏକା ସାଙ୍ଗରେ ଚଢାଉ ଚାଲିଛି । ଭିଜିଲାନ୍ସର କଟକ ଭିଜିଲାନ୍ସ ଶାଖା ତରଫରୁ ଆଜି ସକାଳୁ ଏକା ସମୟରେ ଛଅଟି ସ୍ଥାନରେ ଚଢାଉ ଆରମ୍ଭ କରାଯାଇଛି ।

ଏହି ଚଢ଼ାଉରେ ଢେଙ୍କାନାଲ ଟାଉନ ପ୍ଲାନିଂ କଲୋନୀରେ ଏକ ବିଳାଶପୂର୍ଣ୍ଣ ତିନିମହଲା ବିଶାଳ କୋଠାରେ ଚଢାଉ କରାଯାଇଛି । ସେଥିରେ ନାମୀ ଦାମୀ ଘରକରଣା ସାମଗ୍ରୀ, ଘରୁ ନଗଦ ୭୩ହଜାର ଟଙ୍କା, ବିଭିନ୍ନ ବ୍ୟାଙ୍କରେ ଥିବା ୧୬ଲକ୍ଷ ଟଙ୍କା, ୧୨ଲକ୍ଷର ବୀମା ବଣ୍ଡ ଏସୟୁଭି ଓ ଗ୍ରାଣ୍ଡ ଆଇଟେନ ଦୁଇଟି କାର, ବୁଲେଟ, ସ୍କୁଟି ସହ ଦାମୀ ଗାଡି, ବିପୁଳ ପରିମାଣର ସୁନା ଗହଣା ଥିବା ରସିଦ ଓ ବ୍ୟାଙ୍କ ଲକର ଜବତ କରାଯାଇଛି । ସେହିପରି ଷ୍ଟେସନ ବଜାରରେ ଅନ୍ୟ ଏକ ଘର, ଭୁବନେଶ୍ବର ଟଙ୍କପାଣି ରୋଡ଼ରେ ଏକ ଟୁବିଏଚକେ ଫ୍ଲାଟ ଆଦି ପ୍ରାୟ ଦୁଇ କୋଟି ଟଙ୍କାର ବେଆଇନ ଭାବେ ଠୁଳ କରିଥିବା ସ୍ଥାବର ଓ ଅସ୍ଥାବର ସମ୍ପତି ଭିଜିଲାନ୍ସ ହାତରେ ଲାଗିଛି । ତେବେ ଠାବ ହୋଇଥିବା ସମ୍ପତ୍ତିର ସଠିକ ପରିମାଣ ଓ ମୂଲ୍ୟ ଯାଞ୍ଚ ପରେ ଜଣାପଡିବ ବୋଲି ଚଢ଼ାଉରେ ନେତୃତ୍ବ ନେଇଥିବା ଭିଜିଲାନ୍ସର ଅତିରିକ୍ତ ଏସ ପି ପ୍ରକାଶ କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details