ଓଡିଶା

odisha

ETV Bharat / state

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ - ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସ ଚଢାଉ

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀ ଚନ୍ଦ୍ରମଣି ସାହୁଙ୍କ ଘରେ ଭିଜିଲାନ୍ସର ଚଢାଉ । ଅଧିକ ପଢନ୍ତୁ...

Vigilance raid on assistant engineer's home
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

By

Published : Nov 18, 2020, 10:23 AM IST

ଢେଙ୍କାନାଳ: ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଳଚେର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଚନ୍ଦ୍ରମଣି ସାହୁଙ୍କ ଘରେ ଭିଜିଲାନ୍ସ ଛାପା ମାରିଛି ।

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଏକା ସାଙ୍ଗରେ ଛଅ ଛଅଟି ସ୍ଥାନରେ ଏହି ଚଢାଉ ଜାରି ରଖିଛି ଭିଜିଲାନ୍ସ ବିଭାଗ । ଚନ୍ଦ୍ରମଣି ସାହୁଙ୍କ ତାଳଚେର ସ୍ଥିତ ଅଫିସ ,ଢେଙ୍କାନାଳ ସହରର ଟାଉନପ୍ଲାନିଙ୍ଗ ସ୍ଥିତ ବାସଭବନ,ଷ୍ଟେସନ ବଜାର ସ୍ଥିତ ଘର,ମହାବୀର ବଜାରରେ ଥିବା ଶଶୁର ଘର, ପିଙ୍ଗୁଆ ଖଣ୍ଡବନ୍ଧ ନିକଟରେ ଥିବା ପୈତୃକ ଘର,ଏବଂ ଭୁବନେଶ୍ବର ଟଙ୍କପାଣି ସ୍ଥିତ ଫ୍ଲାଟରେ ଏକା ସଙ୍ଗେ ଚଢାଉ ହୋଇଛି ।

କଟକ ଭିଜିଲାନ୍ସ ଶାଖା ତରଫରୁ ବୁଧୁବାର ସକାଳୁ ଚଢାଉ ଆରମ୍ଭ କରାଯାଇଛି। ଏହି ଚଢ଼ାଉରେ ବିଭିନ୍ନ ବ୍ୟାଙ୍କର ଆକାଉଣ୍ଟ, ଫିକ୍ସ ଡିପୋଜିଟ, ବୀମା ବଣ୍ଡ ଆଦି ଭିଜିଲାନ୍ସ ହାତରେ ଲାଗିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details