ଓଡିଶା

odisha

ETV Bharat / state

ଦଫା କାଟିବାକୁ ଲାଞ୍ଚ ନେଉଥିଲେ ପୋଲିସ ବାବୁ, କାବୁ କଲା ଭିଜିଲାନ୍ସ - ଢେଙ୍କାନାଳରେ ଲାଞ୍ଚ ନେବାରୁ ପୋଲିସ ଗିରଫ

ଢେଙ୍କାନାଳରେ ଥାନା ଅଧିକାରୀ ଦଫା କାଟିବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଅଧିକ ପଢନ୍ତୁ...

ଦଫା କାଟିବାକୁ ଲାଞ୍ଚ ନେଉଥିଲେ ପୋଲିସ ବାବୁ, କାବୁ କଲା ଭିଜିଲାନ୍ସ
ଦଫା କାଟିବାକୁ ଲାଞ୍ଚ ନେଉଥିଲେ ପୋଲିସ ବାବୁ, କାବୁ କଲା ଭିଜିଲାନ୍ସ

By

Published : Feb 26, 2021, 3:50 PM IST

ଢେଙ୍କାନାଳ:ଦଫା କାଟିବାକୁ ଲାଞ୍ଚ ନେଉଥିବାବେଳେ ଢେଙ୍କାନାଳ ନୀହଲପ୍ରସାଦର ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରାଙ୍କୁ ଭିଜିଲାନ୍ସ କାବୁ କରିଛି । ଏହି ଘଟଣାରେ ଭିଜିଲାନ୍ସ ଲାଞ୍ଚ ଟଙ୍କାକୁ ଜବତ କରି ବ୍ୟକ୍ତିଗତ ଡ୍ରାଇଭର, ସହଯୋଗୀ ସହ ଥାନା ଅଧିକାରୀଙ୍କୁ ମିଶାଇ ତିନି ଜଣଙ୍କୁ ଗିରଫ କରିଛି ।

ଦଫା କାଟିବାକୁ ଲାଞ୍ଚ ନେଉଥିଲେ ପୋଲିସ ବାବୁ, କାବୁ କଲା ଭିଜିଲାନ୍ସ

ଜିଲ୍ଲାରେ ଘଟିଥିବା ଏକ ଯୌତୁକ ନିର୍ଯାତନା ମାମଲାରେ ମରଣାନ୍ତକ ଆକ୍ରମଣ ଜନିତ ଦଫା କାଟିବାକୁ ଗିରଫ ଥାନାଧିକାରୀ ୬ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହି ଲାଞ୍ଚ ନେବାବେଳେ ନିହଲପ୍ରସାଦର ଥାନା ଅଧିକାରୀ ଚିତ୍ତରଞ୍ଜନଙ୍କୁ ଭିଜିଲାନ୍ସ କାବୁ କରିଥିଲା । ଲାଞ୍ଚ ନେଇଥିବା ୬ ହଜାର ଟଙ୍କାକୁ ଭିଜିଲାନ୍ସ ଜବତ କରିଛି । ଥାନା ଅଧିକାରୀ ଚିତ୍ତରଞ୍ଜନଙ୍କ ସହ ଏହି ଲାଞ୍ଚ ଟଙ୍କା ନେଉଥିବା ପ୍ରକ୍ରିୟାରେ ସାମିଲ ହୋଇଥିବା ଅନ୍ୟ ଦୁଇଜଣଙ୍କୁ ମଧ୍ୟ ଭିଜିଲାନ୍ସ ଗିରଫ କରିଛି ।

ଗିରଫ ହୋଇଥିବା ଅନ୍ୟ ଦୁଇଜଣ ଗିରଫ ଥାନା ଅଧିକାରୀଙ୍କ ବ୍ୟକ୍ତିଗତ ଡ୍ରାଇଭର ପ୍ରକାଶ ମହାଳିକ ହୋଇଥିବା ବେଳେ ଅନ୍ୟ ଜଣେ ଲଣ୍ଡ୍ରି ଦୋକାନୀ ଲକ୍ଷ୍ମଣ ସେଠୀ ବୋଲି ଜଣାପଡିଛି । ଉଭୟଙ୍କ ଘର ସ୍ଥାନୀୟ ଅଞ୍ଚଳରେ ବୋଲି ଜଣାପଡିଛି । ନିହଲପ୍ରସାଦ ଅଞ୍ଚଳର ଅଇଁଠା ସେଠୀ ନାମକ ଜଣେ ବ୍ୟକ୍ତିଙ୍କ ପୁଅ ନାମରେ ଯୌତୁକ ଜନିତ ନିର୍ଯାତନା ସମ୍ପର୍କିତ ଏକ ମାମଲା ଥାନାରେ ଦାଏର ହୋଇଥିଲା ।

ତେବେ ଏହି ମାମାଲରୁ ୩୦୭ ଦଫା କାଟିଦେବା ପ୍ରଲୋଭନ ଦେଖାଇ ୬ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ଥାନା ଅଧିକାରୀ । ଫଳରେ ଏ ସମ୍ପର୍କରେ ଅଇଁଠା ସେଠି କଟକ ଭିଜିଲାନ୍ସ ବିଭାଗର ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ଶୁକ୍ରବାର ଯୋଜନାବଦ୍ଧ ଭାବେ ଲାଞ୍ଚ ନେବାବେଳେ ଢେଙ୍କାନାଳ ଭିଜିଲାନ୍ସ ସହାୟତାରେ ସେମାନଙ୍କୁ କାବୁ କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details