ଓଡିଶା

odisha

ETV Bharat / state

ଉପରମୁହାଁ ଆଳୁ-ପିଆଜ ଦର, ଚିନ୍ତାରେ ଖାଉଟି - ଆଳୁ-ପିଆଜ ଦର

ଦୈନନ୍ଦିନ ପରିବା ଆଳୁ ଓ ପିଆଜ ଦାମ ଏବେ ଆକାଶଛୁଆଁ । ଆଉ ସବୁଜ ପରିବା ତ ନ କହିବା ଭଲ । ଏଭଳି ସ୍ଥିତିରେ ଉଭୟ ଖାଉଟି ଓ ବ୍ୟବସାୟୀ ଏବେ ଚିନ୍ତାରେ । ଅଧିକ ପଢନ୍ତୁ..

ଉପରମୁହାଁ ଆଳୁ-ପିଆଜ  ଦର, ଚିନ୍ତାରେ  ଖାଉଟି
ଉପରମୁହାଁ ଆଳୁ-ପିଆଜ ଦର, ଚିନ୍ତାରେ ଖାଉଟି

By

Published : Oct 6, 2020, 9:39 PM IST

ଢେଙ୍କାନାଳ: ଗୋଟିଏ ପଟେ ମହାମାରୀ କଷ୍ଟ ଅନ୍ୟପଟେ ମହଙ୍ଗା ପରିବା ଦର । ଏପରି ସ୍ଥଳେ ଢେଙ୍କାନାଳରେ ଅତ୍ୟାବଶ୍ୟକ ଆଳୁ ପିଆଜର ଚଢା ଦରକୁ ଦେଖି ଖାଉଟିମାନେ ଚିନ୍ତାରେ ପଡିଯାଇଛନ୍ତି ।

ଉପରମୁହାଁ ଆଳୁ-ପିଆଜ ଦର, ଚିନ୍ତାରେ ଖାଉଟି

ଯେଉଁ ବି ପରିବାରେ ହାତ ମାରିଲେ କିଲୋ ୫୦ ଟଙ୍କା ତଳକୁ ନାହିଁ । ଆଉ ଏଥିମଧ୍ୟରେ ଆଳୁ ପିଆଜ ମଧ୍ୟବିତ୍ତ ଖାଉଟିଙ୍କ ପାଇଁ ବିକଳ୍ପ ଥିଲା । ହେଲେ ଏବେ ଏହି ଆଳୁ ପିଆଜର ଅହେତୁକ ମୂଲ୍ୟ ବୃଦ୍ଧି ଗ୍ରାହକଙ୍କୁ ନାକେଦମ କରୁଛି ।

ଉପରମୁହାଁ ଆଳୁ-ପିଆଜ ଦର, ଚିନ୍ତାରେ ଖାଉଟି

ଢେଙ୍କାନାଳ ସହରର ଦୈନିକ ପରିବା ବଜାରରେ ଆଳୁ କିଲୋ ପିଛା ୩୨ ଟଙ୍କା ଓ ପିଆଜ ୪୫ ଟଙ୍କା । ଏଭଳି ପରିସ୍ଥିତିରେ କେବଳ ଖାଉଟି ନୁହେଁ, ଲଗାଣ ବର୍ଷା ଯୋଗୁଁ ପରିବା ଦର ବଢି ଯାଇଥିବାରୁ ଆଳୁ ପିଆଜ ବିକ୍ରି କରି ଦି ପଇସା ରୋଜଗାର କରିବା ଆଶା ରଖିଥିବା ବେପାରୀଙ୍କ ଅବସ୍ଥା ମଧ୍ୟ ଜଟିଳ ହୋଇପଡିଛି । ଏଣୁ ଏହି ଆଳୁ ପିଆଜ ଦର ନିୟନ୍ତ୍ରଣ କରିବାକୁ ଖାଉଟିମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ତେବେ ବର୍ତ୍ତମାନର ସଙ୍କଟ ସମୟରେ ସରକାର ତୁରନ୍ତ ଏହି ଆଳୁ ପିଆଜ ଦର ଉପରେ ନିୟନ୍ତ୍ରଣ କରିବା ଜରୁରୀ ହୋଇପଡିଛି । ନଚେତ ଆଗକୁ ମହଙ୍ଗା ମାଡ ଦୈନିକ ଜୀବିନ ଜୀବିକାକୁ ଗଭୀର ଭାବେ ପ୍ରଭାବିତ କରିବ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର , ଇଟିଭି ଭାରତ

ABOUT THE AUTHOR

...view details