ଓଡିଶା

odisha

By

Published : Nov 20, 2022, 11:16 AM IST

ETV Bharat / state

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ମିଳିତ ପ୍ରାଥମିକ ଶିକ୍ଷକ ସଂଘ

ତିନି ଦଫା ସମ୍ବଳିତ ଦାବିପତ୍ର ନେଇ ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦାେଳନ । ନିକଟରେ ରାଜ୍ୟ ସରକାର ଚୁକ୍ତି ଭିତ୍ତିକ ନିଯୁକ୍ତି ଉଛେଦ କରି ସ୍ଥାୟୀ ନିଯୁକ୍ତିରେ ପରିବର୍ତ୍ତନ କରିଛନ୍ତି । ଅଧିକ ପଢ଼ନ୍ତୁ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ମିଳିତ ପ୍ରାଥମିକ ଶିକ୍ଷକ ସଂଘ
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ମିଳିତ ପ୍ରାଥମିକ ଶିକ୍ଷକ ସଂଘ

ଢେଙ୍କାନାଳ:ତିନି ଦଫା ସମ୍ବଳିତ ଦାବିପତ୍ର ନେଇ ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦାେଳନ । ନିକଟରେ ରାଜ୍ୟ ସରକାର ଚୁକ୍ତି ଭିତ୍ତିକ ନିଯୁକ୍ତି ଉଚ୍ଛେଦ କରି ସ୍ଥାୟୀ ନିଯୁକ୍ତିରେ ପରିବର୍ତ୍ତନ କରିଛନ୍ତି । ଫଳରେ ରାଜ୍ୟରେ ହଜାର ହଜାର ସଂଖ୍ୟାର କର୍ମଚାରୀ ସ୍ଥାୟୀ ନିଯୁକ୍ତିର ସୁଯୋଗ ପାଇଛନ୍ତି । ମାତ୍ର ବିଭିନ୍ନ ସ୍କୁଲ ମାନଙ୍କରେ ଶିକ୍ଷାଦାନ ଦେଉଥିବା ଜିଲ୍ଲାପରିଷଦ ମାଧ୍ୟମରେ ଚୁକ୍ତି ଭିତ୍ତିକ ପ୍ରାଥମିକ ଶିକ୍ଷକମାନଙ୍କ କଥା ସରକାର ଭୁଲି ଯାଇଛନ୍ତି । ଏଭଳି ଅଭିଯୋଗ ଉଠାଇଛନ୍ତି ପ୍ରାଥମିକ ଶିକ୍ଷକ ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ମିଳିତ ପ୍ରାଥମିକ ଶିକ୍ଷକ ସଂଘ

ଏହାସହ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଛନ୍ତି । ପ୍ରାଥମିକ ଶିକ୍ଷକ ସଂଘ ନେତୃତ୍ୱରେ ଶତାଧିକ ପ୍ରାଥମିକ ଶିକ୍ଷକ ସ୍ଥାନୀୟ ବଳରାମ ମନ୍ଦିରରୁ ଏକ ବିଶାଳ ଶୋଭାଯାତ୍ରରେ ବାହାରିଥିଲେ । ରାସ୍ତାରେ ବିଭିନ୍ନ ନାରବାଜି ଦେଇ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ପ୍ରଦର୍ଶନ କରିଥିଲେ । ପରେ ସେମାନଙ୍କର ତିନି ଦଫା ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିବା ଜଣାପଡିଛି ।

ଏହି ଶିକ୍ଷା ସହାୟକ ମାନଙ୍କୁ କେନ୍ଦ୍ରୀୟ ହାରରେ ୩୫ ହଜାର ୪ଶହ ଟଙ୍କା ଦରମା ପ୍ରଦାନ, ପୁରାତନ ପେନସନ ବ୍ୟବସ୍ଥା ଲାଗୁ କରିବା ଓ ଗତ ଅକ୍ଟୋବର ୧୬ ତାରିଖ ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତିର ସୁବିଧାକୁ ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ମାନଙ୍କ କ୍ଷେତ୍ରରେ ଅନ୍ତର୍ଭୁକ୍ତ କରିବା ଆଦି ଦାବି କରିଥିଲେ । ତେବେ ଏହି ୩ଦଫା ଦାବି ପୂରଣ ନହେଲେ ଆସନ୍ତା ୨୭ତାରିଖରେ ଭୁବନେଶ୍ୱରରେ ପ୍ରାଥମିକ ଶିକ୍ଷକମାନେ ଏକ ଭୟଙ୍କର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details