ଢେଙ୍କାନାଳ: ଆଙ୍କାକ୍ଷୀ ଜିଲ୍ଲାରେ କେନ୍ଦ୍ରୀୟ ଯୋଜନା ଓ ଅନୁଦାନର ସମୀକ୍ଷା କରିବା ପାଇଁ ଓଡିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ଧର୍ମେନ୍ଦ୍ର ଆଜି ଢେଙ୍କାନାଳ ଗସ୍ତରେ ଯାଇ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିଛନ୍ତି । ଆଜି ଢେଙ୍କାନାଳ ସପ୍ତଶଯ୍ୟା ସ୍ଥିତ ସଦେଇବେରେଣୀ ଗାଁରେ ପହଞ୍ଚିଥିଲେ । ପରେ ଏକ ଖୁଚୁରା ବିକ୍ରୟ କେନ୍ଦ୍ରରେ ଗରୀବ ହିତାଧିକାରୀଙ୍କୁ ନିଜେ ପାଞ୍ଚ କେଜି ଲେଖାଏଁ ଚାଉଳ ବାଣ୍ଟିବା ସହିତ ଆୟୋଜିତ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନା ବାବଦରେ ଲୋକଙ୍କୁ ଅବଗତ କରିଥିଲେ।
ଧର୍ମେନ୍ଦ୍ର କହିଥିଲେ କୋଭିଡ ଓ କୋଭିଡ ପରବର୍ତ୍ତୀ ସମୟରେ ମଧ୍ୟ ପ୍ରଧାନମନ୍ତ୍ରୀ ମାସ ମାସ ଧରି ରାଜ୍ୟବାସୀଙ୍କ ପାଇଁ ଗରିବ କଲ୍ୟାଣ ଅନ୍ନ ଯୋଜନା ପ୍ରୟଣନ କରିଛନ୍ତି । କରୋନା ସମୟରେ ଦୁଇ ବର୍ଷ ଧରି ମାଗଣାରେ ଲୋକଙ୍କୁ ଆବଶ୍ୟକ ମାଗଣା ରାସନ ଯୋଗାଇ ଦେବା ଐତିହାସିକ ନିଷ୍ପତ୍ତି ବୋଲି କହିଛନ୍ତି । ଏହାବାଦ ଆଗାମୀ ଆଉ ୬ ମାସ ପାଇଁ ଏହି ଯୋଜନା ବୃଦ୍ଧି କରିବା ଦ୍ବାରା ରାଜ୍ୟବାସୀ ଉପକୃତ ହେବେ ବୋଲି କହିଛନ୍ତି ଧର୍ମେନ୍ଦ୍ର।