ଓଡିଶା

odisha

ETV Bharat / state

ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ପ୍ରଶ୍ନ କଲେ ଧର୍ମେନ୍ଦ୍ର - କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଢେଙ୍କାନାଳ ଗସ୍ତ

ଢେଙ୍କାନାଳ ନବ ନିର୍ବାଚିତା ପୌରଧ୍ୟକ୍ଷାଙ୍କ ଘର ଉପରେ ନିରନ୍ତର ଆକ୍ରମଣ ନେଇ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଛି ତ ବୋଲି ପ୍ରଶ୍ନ ଉଠାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ

ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

By

Published : Apr 13, 2022, 10:38 PM IST

ଢେଙ୍କାନାଳ:ଢେଙ୍କାନାଳ ନବ ନିର୍ବାଚିତ ପୌରଧ୍ୟକ୍ଷାଙ୍କ ଘର ଉପରେ ନିରନ୍ତର ଆକ୍ରମଣ ନେଇ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଛି ତ ବୋଲି ପ୍ରଶ୍ନ ଉଠାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ଘାଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ଚୁପ ରହୁଥିବା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଲେ ଧର୍ମେନ୍ଦ୍ର । ପ୍ରଜାତନ୍ତ୍ରରେ ନିରନ୍ତର ଜିତୁଥିବା ଲୋକଙ୍କ ଏପରି ଏକଚାଟିଆ ନୀତି ଆଉ ଚଳିବ ନାହିଁ ବୋଲି ଧର୍ମେନ୍ଦ୍ରଙ୍କ ପ୍ରତିକ୍ରିୟା ।

ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ


ଆଜି ଆକାଂକ୍ଷା ଜିଲ୍ଲା ଢେଙ୍କାନାଳ ଗସ୍ତ କରି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ସମୀକ୍ଷା ଅବସରରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ ଉଠାଇଛନ୍ତି । ନିକଟରେ ନବ ନିର୍ବାଚିତ ଢେଙ୍କାନାଳର ବିଜେପି ଦଳୀୟ ପୌରଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ଘର ଉପରେ ଗୁଳି କାଣ୍ଡ ଓ ବୋମା ମାଡ଼ ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ।

ଗଣତନ୍ତ୍ରରେ ହାର ଜିତ ଅଛି । ତେବେ ଏହାର ଅର୍ଥ ନୁହେଁ ଯେ, ଜଣେ ହାରିବା ସମର୍ଥିତ ଲୋକ ନିରନ୍ତର ଭାବେ ଜଣେ ନିର୍ବାଚିତ ପୌରଧ୍ୟକ୍ଷାଙ୍କ ଘର ଉପରେ ଆକ୍ରମଣ କରିବ । ଏହାକୁ ଘୋର ନିନ୍ଦା କରିବା ସହ ନବ ନିର୍ବାଚିତ ପୌରଧ୍ୟକ୍ଷାଙ୍କ ଘର ଉପରେ ନିରନ୍ତର ଆକ୍ରମଣ ନେଇ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଆଛି ତ ବୋଲି ପ୍ରଶ୍ନ ଉଠାଇଛନ୍ତି । ଆଉ କେତେ ଦିନ ଲୋକମାନେ ଏପରି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବେ ବୋଲି ପ୍ରଶ୍ନ କରିଛନ୍ତି ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।


ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details