ଓଡିଶା

odisha

ETV Bharat / state

ଢେଙ୍କାନାଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ - ଏକଲବ୍ୟ ମଡେଲ ସ୍କୁଲର ଭୂମି ପୂଜନରେ ଯୋଗଦେଲେ

ଶନିବାର ଦିନିକିଆ ଢେଙ୍କାନାଳ ଗସ୍ତରେ ଆସିଥିଲେ କେନ୍ଦ୍ର ଆଦିବାସୀ ବ୍ୟାପାର ଏବଂ ଜଳଶକ୍ତି ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । କଙ୍କଡାହାଡ଼ ବ୍ଲକ ସୋଲଗାଁ ଠାରେ ନିର୍ମାଣ ହେବାକୁ ଥିବା ଥିବା ଏକଲବ୍ୟ ମଡେଲ ରେସିଡେଣ୍ଟାଲ ସ୍କୁଲର ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । ଅଧିକ ପଢ଼ନ୍ତୁ

ଢେଙ୍କାନାଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ
ଢେଙ୍କାନାଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ

By

Published : Apr 22, 2023, 11:02 PM IST

ଢେଙ୍କାନାଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ

ଢେଙ୍କାନାଳ: ଦିନିକିଆ ଢେଙ୍କାନାଳ ଗସ୍ତରେ କେନ୍ଦ୍ର ଆଦିବାସୀ ବ୍ୟାପାର ଏବଂ ଜଳଶକ୍ତି ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । ଶନିବାର ଢେଙ୍କାନାଳ ଜିଲ୍ଲା ଦିନିକିଆ ଗସ୍ତରେ ଆସିଥିଲେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । କଙ୍କଡାହାଡ଼ ବ୍ଲକ ସୋଲଗାଁ ଠାରେ ନିର୍ମାଣ ହେବାକୁ ଥିବା ଥିବା ଏକଲବ୍ୟ ମଡେଲ ରେସିଡେଣ୍ଟାଲ ସ୍କୁଲର ଭୂମି ପୂଜନ ପାଇଁ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ପରଜଙ୍ଗ ବିଧାୟକ ନୃସିଂହ ଚରଣ ସାହୁ, ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ସହ ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟରଣ ପାଣି ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।

ରାଜ୍ୟର ପ୍ରତି ଜିଲ୍ଲାରେ ଏକଲବ୍ୟ ମଡେଲ ରେସିଡେଣ୍ଟାଲ ସ୍କୁଲ ନିର୍ମାଣ ହେବାକୁ ଥିବାବେଳେ, ଢେଙ୍କାନାଳରେ ମଧ୍ୟ ଆଜି ଏହାର ନିର୍ମାଣ ପାଇଁ ଭୂମି ପୂଜନ ହୋଇଛି । ତେବେ ଏହି ରେସିଡେଣ୍ଟାଲ ସ୍କୁଲରେ ଢେଙ୍କାନାଳ ସମେତ ଅନୁଗୋଳ ଓ କେନ୍ଦୁଝର ଜିଲ୍ଲାର କିଛି ଆଦିବାସୀ ଛାତ୍ରଛାତ୍ରୀ ରହି ଅଧ୍ୟୟନ କରିପାରିବେ ବୋଲି କହିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟଣ ପାଣି । ବିରିବୋଲେଇ ହାଇସ୍କୁଲ ଛକ ଠାରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୁତି ପ୍ରଧାନ ଓ ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟରଣ ପାଣି ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ମିଶି ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ବିରାଟ ଶୋଭାଯାତ୍ରାରେ ସ୍ୱାଗତ କରିଥିଲେ । ସେହିଠାରୁ ଏକ ବିଶାଳ ବାଇକ ଶୋଭିଯାତ୍ରାରେ ଯାଇ ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କେନ୍ଦ୍ର ଆଦିବାସୀ ବ୍ୟାପାର ଏବଂ ଜଳଶକ୍ତି ମନ୍ତ୍ରୀ । ସେଠାରେ ପରଜଙ୍ଗ ବିଧାୟକ ନୃସିଂହ ଚରଣ ସାହୁ, ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ସହ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।

ତେବେ ଏହି ଏକଲବ୍ୟ ବିଦ୍ୟାଳୟଟି ୧୩ ଏକର ପରିମିତ ଜମିରେ ନିର୍ମାଣ ହେବାକୁ ଥିବା ବେଳେ, ଏଠାରେ ୪୮୦ ଆଦିବାସୀ ଛାତ୍ରଛାତ୍ରୀଙ୍କ ଅଧୟନ ପାଇଁ ବ୍ୟବସ୍ଥା ହେବ । ତେଣୁ ଛାତ୍ରଛାତ୍ରୀଙ୍କ ପାଇଁ ୧୬ଟି ଶ୍ରେଣୀ ଗୃହ ସହ ୩ଟି ଲାବୋରେଟୋରୀ, ଗୋଟିଏ କମ୍ପ୍ୟୁଟର ଲ୍ୟାବ, ଲାଇବ୍ରେରୀ ଓ ଷ୍ଟାଫ ରୁମ ମଧ୍ୟ ନିର୍ମାଣ ହେବ । ସେହିପରି ଛାତ୍ରଛାତ୍ରୀଙ୍କ ରହିବା ପାଇଁ ସ୍ବତନ୍ତ୍ର ହଷ୍ଟେଲ ଓ ଉନ୍ନତମାନର ଖେଳ ପଡ଼ିଆ ନିର୍ମାଣ ହେବ । ଏହି ନିର୍ମାଣ କାର୍ଯ୍ୟ ଆସନ୍ତା ୨ ବର୍ଷ ମଧ୍ୟରେ ଶେଷ ହେବାକୁ ଥିବାବେଳେ, ଆଗାମୀ ୨୪- ୨୫ ଶିକ୍ଷା ବର୍ଷରୁ ଷଷ୍ଠରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଆଦିବାସୀ ମେଧାବୀ ଛାତ୍ରଛାତ୍ରୀ ମାଗଣାରେ ଶିକ୍ଷାଲାଭ କରିବେ ବୋଲି କହିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details