ଓଡିଶା

odisha

ETV Bharat / state

ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ମିଳିଲା ଅତ୍ୟାଧୁନିକ ଆମ୍ବୁଲାନ୍ସ - ଅତ୍ୟାଧୁନିକ ଆମ୍ବୁଲାନ୍ସ ଲୋକାର୍ପଣ

ଢେଙ୍କାନାଳ ସାଂସଦ ମହେଶ ସାହୁ ନିଜସ୍ବ ପାଣ୍ଠିରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଏକ ଅତ୍ୟାଧୁନିକ ଆମ୍ବୁଲାନ୍ସ ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ମିଳିଲା ଅତ୍ୟାଧୁନିକ ଆମ୍ବୁଲାନ୍ସ
ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ମିଳିଲା ଅତ୍ୟାଧୁନିକ ଆମ୍ବୁଲାନ୍ସ

By

Published : Apr 18, 2021, 4:48 PM IST

ଢେଙ୍କାନାଳ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଏକ ଅତ୍ୟାଧୁନିକ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି । ଢେଙ୍କାନାଳ ସାଂସଦ ମହେଶ ସାହୁ ନିଜସ୍ବ ପାଣ୍ଠିରୁ ଆମ୍ବୁଲାନ୍ସଟି ପ୍ରଦାନ କରିଛନ୍ତି । ଏହି ଅତ୍ୟାଧୁନିକ ଆମ୍ବୁଲାନ୍ସ ଦ୍ବାରା ଲୋକମାନଙ୍କୁ ଜରୁରୀକାଳୀନ ଓ ତ୍ବରିତ ସେବା ଯୋଗାଇ ଦିଆଯାଇପାରିବ ।

ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ମିଳିଲା ଅତ୍ୟାଧୁନିକ ଆମ୍ବୁଲାନ୍ସ

ମୁଖ୍ୟ ଚିକିତ୍ସାଳୟ ପରିସରରେ ରାଜ୍ୟ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏହି ଆମ୍ବୁଲାନ୍ସକୁ ପତାକା ଦେଖାଇ ଲୋକାର୍ପଣ କରିଛନ୍ତି । ଏହି ଅବସରରେ ଢେଙ୍କାନାଳ ବିଧାୟକ ସୁଧୀର ସମାଲ ଓ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ସମେତ ପ୍ରମୁଖ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details