ଓଡିଶା

odisha

By

Published : Jul 4, 2020, 10:01 PM IST

ETV Bharat / state

ନାବାଳିକାକୁ ବ୍ଲାକମେଲ କରି ଦୁଷ୍କର୍ମ, ରଫା ଦଫା ପାଇଁ ପୋଲିସର ଉଦ୍ୟମ ବିଫଳ

ଢେଙ୍କାନାଳରେ ଛାତ୍ରୀଙ୍କୁ ବ୍ଲାକ ମେଲ କରି ବାରମ୍ବାର ଦୁଷ୍କର୍ମ କରାଯାଇଥିବା ଅଭିଯୋଗ । ଏପରି ଏକ ସମ୍ବେଦନଶୀଳ ଘଟଣାର ଅଭିଯୋଗକୁ ଚାପି ଦେବାକୁ ଅପଚେଷ୍ଟା କରିଛି ଢେ଼ଙ୍କାନାଳ ସଦର ପୋଲିସ । ତିନିଦିନଧରି ଚୁପ ରହିଥିବା ପୋଲିସ ରଫା ଦଫା କରିବାରେ ବିଫଳ ପରେ ଶନିବାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଅଧିକ ପଢନ୍ତୁ...

ନାବାଳିକାକୁ ବ୍ଲାକ ମେଲ କରି ଦୁଷ୍କର୍ମ , ରଫା ଦଫା ପାଇଁ ପୋଲିସର ଉଦ୍ୟମ ବିଫଳ
ନାବାଳିକାକୁ ବ୍ଲାକ ମେଲ କରି ଦୁଷ୍କର୍ମ , ରଫା ଦଫା ପାଇଁ ପୋଲିସର ଉଦ୍ୟମ ବିଫଳ

ଢେଙ୍କାନାଳ: ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବ୍ଲାକ ମେଲ କରି ବାରମ୍ବାର ଦୁଷ୍କର୍ମ କରାଯାଇଥିବା ନେଇ ହୋଇଛି ସଂଗୀନ ଅଭିଯୋଗ । ଅଭିଯୁକ୍ତ ଦୁଇଜଣ ଯୁବକଙ୍କୁ ପୀଡିତାର ପରିବାର ପକ୍ଷରୁ କାବୁ କରି ପୁଲିସରେ ଜିମା ଦେଇଛନ୍ତି । ତେବେ ଏପରି ଏକ ସଂଗୀନ ଅଭିଯୋଗକୁ ଚାପି ଦେବାକୁ ଅପଚେଷ୍ଟା ଅରିଛି ଢେ଼ଙ୍କାନାଳ ସଦର ପୋଲିସ । ଏପରିକି ଘଟଣା ଘଟିବାର ତିନିଦିନଧରି ଚୁପ ରହିଥିବା ପୁଲିସ ରଫା ଦଫା କରିବାରେ ବିଫଳ ପରେ ଶନିବାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଫଳରେ ପୀଡିତା ସଠିକ ନ୍ୟାୟ ପାଇବା ନେଇ ଆଶଙ୍କା ପ୍ରକାଶ ପାଇଛି ।

ନାବାଳିକାକୁ ବ୍ଲାକ ମେଲ କରି ଦୁଷ୍କର୍ମ , ରଫା ଦଫା ପାଇଁ ପୋଲିସର ଉଦ୍ୟମ ବିଫଳ

ପ୍ରଥମେ ଭଲପାଇବା ଆଳ । ଆଉ ତାପରେ ଅସଲି ଖେଳ । ବ୍ଲାକମେଲ କରି ନିଜେ ଦୁଷ୍କର୍ମ କରିବା ପରେ ନିଜ ସାଙ୍ଗ ମାଧ୍ୟମରେ ଘଟଣାକୁ ଭାଇରାଲ କରିବାର ଦେଖାଇଥିଲା ଭୟ । ଏହା ପରେ ଦୁଇ ସାଙ୍ଗ ବାରମ୍ବାର ଦୁଷ୍କର୍ମ କରିବାକୁ ପଛାଇଲେ ନାହିଁ । ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଅଙ୍କରନ୍ତି ପୁରର ଏହି ଦୁଇ ଅଭିଯୁକ୍ତଙ୍କ କଳା କାରନାମା ଏବେ ଚର୍ଚ୍ଚାର ପରିସରକୁ ଆସିଛି । ଜଣେ ଦଶମ ଶ୍ରେଣୀ ଛାତ୍ରୀକୁ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗରେ ପୀଡିତା ପରିବାର ପକ୍ଷରୁ ଗତ ବୁଧବାର ଏହି ଦୁଇ ଯୁବକଙ୍କୁ କାବୁ କରି ପୋଲିସରେ ଜିମା ଦେଇଛନ୍ତି । ଗତ ବୁଧବାର ଠାରୁ ଏହା ଘଟିଥିଲେ ମଧ୍ୟ ପୋଲସ ୩ଦିନ ପରେ ଶନିବାର ପୀଡିତାର ଡାକ୍ତରୀ ମାଇନା କରିଛି । ଏପରିକି କାବୁ ହୋଇଥିବା ଦୁଇ ଅଭିଯୁକ୍ତ ଅଙ୍କରାନ୍ତିପୁରର ବାବୁନା ରାଉତ ଓ ରାକେଶ ବେହେରାଙ୍କୁ ଗିରଫ ଦର୍ଶାଇ କୋର୍ଟ ଚାଲାଣ କରିଛି । ପୋଲିସର ଏପରି ଭୂମିକାରେ ସଠିକ ନ୍ୟାୟ ପାଇବା ନେଇ ସନ୍ଦେହରେ ପଡିଯାଇଛନ୍ତି ପୀଡିତାର ପରିବାର ।

ଗତ ବୁଧବାର ଠାରୁ ଏପରି ସଂଗୀନ ଘଟଣା ଘଟିଛି । ଏପରିକି ଦୁଇ ଅଭିଯୁକ୍ତଙ୍କୁ ପିଡିତା ପରିବାର କାବୁ କରି ସଦର ପୁଲିସ ଜିମା ଦେଇଥିଲେ । ମାତ୍ର ତିନି ଦିନ ଧରି ସଦର ପୁଲିସ ହାତବାନ୍ଧି ବସିଥିବା ବେଳେ ଏହାକୁ ଦଫା ରଫା କରିବାକୁ ଅପଚେଷ୍ଟା ହୋଇଥିବା ଅଭିଯୋଗ ଉଠିଛି । ଆଉ ଗଣମାଧ୍ୟମ ହସ୍ତକ୍ଷେପ ଯୋଗୁଁ ସଦର ପୁଲିସ ଅପଚେଷ୍ଟା ଫସର ଫାଟିଛି ।ଫଳରେ ତିନି ଦିନ ଧରି ଚାପି ରଖିଥିବା ଏପରି ସଂଗୀନ ଘଟଣାର ଆଖି ଦେଖାଣିଆ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ଯାହାକୁ ନେଇ ପୀଡିତାର ଗ୍ରାମରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । ମାତ୍ର ଏ ସମ୍ପର୍କରେ ସଦର ଥାନା ଅଧିକାରୀ କ୍ୟାମେରା ଆଗରେ ପାଟି ଖୋଲୁନାହାଁନ୍ତି । ଘଟଣାର ତିନିଦିନ ପରେ ଏବେ ପିଡିତାର ଡାକ୍ତରୀ ମାଇନା କରିଛି ପୋଲିସ । ଏପଟେ ଦୁଇ ଅଭିଯୁକ୍ତଙ୍କୁ ଗିରଫ ଦର୍ଶାଇ କୋର୍ଟ ଚାଲାଣ କରାଯାଇଛି । ଫଳରେ ପୋଲିସର ଏପରି କାର୍ଯ୍ୟକଳାପ ସଠିକ ନ୍ୟାୟ ପାଇବା ନେଇ ପୀଡିତାର ପରିବାର ଆଶଙ୍କାରେ ପଡିଯାଇଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details