ଢେଙ୍କାନାଳ: ଧାନ ପେଶିବାକୁ ଯାଉଥିବା ମହିଳାଙ୍କ ଉପରେ ବଜ୍ରପାତ । ବଜ୍ରପାତରେ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଦୁଇ ମହିଳା ମୃତ । ଖବର ପାଇ ଘଟଣାସ୍ଥଳରେ କଙ୍କଡାହାଡ଼ ଥାନା ପୋଲିଆ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ବଜ୍ରପାତରେ ଦୁଇ ମହିଳା ମୃତ - death on lightening
ବଜ୍ରପାତରେ ଦୁଇ ମହିଳା ମୃତ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ରେ ଧାନ ପେଶିବାକୁ ଯାଉଥିବାବେଳେ ମହିଳାଙ୍କ ଉପରେ ବଜ୍ରାପାତରେ ଦୁଇ ମହିଳା ମୃତ ହୋଇଛନ୍ତି ।
ବଜ୍ରପାତରେ ଦୁଇ ମହିଳା ମୃତ
ବୁଧବାର ଅପରାହ୍ନରେ ଢେଙ୍କାନାଳ ଜିଲ୍ଲାର ଘଡଘଡି ସହ ବର୍ଷା ହୋଇଛି । ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟିଛି । ଜିଲ୍ଲାର କଙ୍କଡାହାଡ଼ ବ୍ଲକ ଅଞ୍ଚଳରେ ବଜ୍ରପାତରେ ଦୁଇ ମହିଳାଙ୍କର ମୃତ୍ୟୁ ଘଟିଛି । ମୃତ ମହିଳା ଦୁଇଜଣ ହେଲେ କଙ୍କଡାହାଡ଼ ଥାନା ଅନ୍ତର୍ଗତ କରଡ଼ାପାଳ ଗ୍ରାମର କୌଶଲ୍ୟା ଦେହୁରୀ ଓ ରଜନୀ ଦେହୁରୀ । ଉଭୟେ ତାଙ୍କ ପାଖ ଗାଁ କାଲବୁଦିଆ ଗାଁକୁ ଧାନ ପେଶିବାକୁ ଯାଉଥିବା ବେଳେ ବାଟରେ ବଜ୍ରପାତ ହୋଇଥିଲା । ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ