ଓଡିଶା

odisha

ETV Bharat / state

ବନ ବିଭାଗର ଚଢାଉ, ବନ୍ଧୁକ ସହ ଦୁଇ ଶିକାରୀ ଗିରଫ

ଢେଙ୍କାନାଳ ଗଦିଁଆ ଷଢଙ୍ଗୀ ରେଞ୍ଜରେ ବନ ବିଭାଗର ଚଢାଉ । ଦୁଇ ଶିକାରୀ ଗିରଫ । ଅଧିକ ପଢନ୍ତୁ...

By

Published : Mar 10, 2021, 8:27 PM IST

ବନ ବିଭାଗ ଚଢାଉ, ବନ୍ଧୁକ ସହ ଦୁଇ ଶିକାରୀ ଗିରଫ
ବନ ବିଭାଗ ଚଢାଉ, ବନ୍ଧୁକ ସହ ଦୁଇ ଶିକାରୀ ଗିରଫ

ଢେଙ୍କାନାଳ: ଜିଲ୍ଲା ଗଦିଁଆ ଷଢଙ୍ଗୀ ରେଞ୍ଜରେ ବନ ବିଭାଗର ଅତର୍କିତ ଚଢାଉ । ଚଢାଉ ସମୟରେ ଦୁଇ ଶିକାରୀ ଗିରଫ । ଉଭୟ ହେଲେ ଗଦିଁଆ ବ୍ଳକ ଦଲାର ଗ୍ରାମର ନବଘନ ମାଝି ଓ ରତ୍ନାକର ଖୁଣ୍ଟିଆ । ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ସେମାନଙ୍କୁ ନିକଟରୁ ଗୋଟିଏ ବନ୍ଧୁକ, ଟର୍ଚ୍ଚ ଲାଇଟ୍ ଓ କିଛି ଶିକାର ସାମଗ୍ରୀ ଜବତ କରାଯାଇଛି ।

ବନ ବିଭାଗ ଚଢାଉ, ବନ୍ଧୁକ ସହ ଦୁଇ ଶିକାରୀ ଗିରଫ

ସୂଚନା ମୁତାବକ, ଅଭିଯୁକ୍ତମାନେ ଅତି ଚତୁରତାର ସହ ବନ୍ୟଜନ୍ତୁଙ୍କୁ ଶିକାର କରି ମାଂସ ବିକ୍ରି କରନ୍ତି । ଏହାସହ ବନ୍ୟଜନ୍ତୁୁ ଶିକାର ପାଇଁ ଷଢଙ୍ଗୀ ରେଞ୍ଜ ଅଶ୍ୱଖୋଲା ସଂରକ୍ଷିତ ଜଙ୍ଗଲରେ ଗତ କିଛିଦିନ ତଳେ ନିଆଁ ଲଗାଇବାରେ ସେମାନଙ୍କ ସମ୍ପୃକ୍ତି ଥିବା ମଧ୍ୟ ଜଣାପଡିଛି । ଏ ସମ୍ପର୍କରେ ବନ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ଅଚାନକ ଚଢାଉ କରିଥିଲେ । ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ସେପଟେ କାମାକ୍ଷାନଗର ପୂର୍ବାଞ୍ଚଳ ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ଘଟଣାରେ ବନ ବିଭାଗ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ କେଉଁଝର ଜିଲ୍ଲା ରେକୁଟି ଗ୍ରାମର ସହଦେଵ ବେହେରା, ଅନିରୁଦ୍ଧ ବେହେରା ଓ ଢେଙ୍କାନାଳ କଙ୍କଡାହାଡ ମନ୍ଦିଆପଡାର ହୃଦାନନ୍ଦ ସିଂ ବୋଲି ଜଣାପଡିଛି । ବନବିଭାଗ ଅଭିଯୁକ୍ତମାନଙ୍କୁ ଗିରଫ କରି କାମାକ୍ଷାନଗର ଏସଡିଜେଏମ କୋର୍ଟକୁ ଚାଲାଣ କରିଛି ।


ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details