ଓଡିଶା

odisha

ETV Bharat / state

ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ଦାଦା-ପୁତୁରା ମୃତ - ସଡକ ଦୁର୍ଘଟଣାରେ ଦାଦା ଓ ପୁତୁରା ମୃତ

ଢେଙ୍କାନାଳରେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ । ଦୁର୍ଘଟଣାରେ ଦାଦା ଓ ପୁତୁରା ମୃତ । ଅଧିକ ପଢନ୍ତୁ

two died after bike accident in dhenkanal
two died after bike accident in dhenkanal

By

Published : May 5, 2023, 11:12 AM IST

two died after bike accident in dhenkanal

ଢେଙ୍କାନାଳ:କାମାକ୍ଷାନଗର କଙ୍କଡାହାଡ ଥାନା ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ । ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦୁଇ ମୃତକ ସମ୍ପର୍କରେ ଦାଦା ଓ ପୁତୁରା ହୋଇଥିବା ବେଳେ ଘର ଯାଜପୁର ଜିଲ୍ଲା ଟାଟାମାଇନ୍ସ ଅଞ୍ଚଳରେ । ଆଜି ସକାଳ ସମୟରେ ବନ୍ଦାଣିଆ ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ମୃତକ ହେଉଛନ୍ତି ଦାଦା ଡୁଗୁ ମାଙ୍କଡିଆ ଓ ପୁତୁରା ସିଦ୍ଧାନ୍ତ ମାଙ୍କଡିଆ ।

ମିଳିଥିବା ସୂଚନା ଅନୁଯାୟୀ, ଉଭୟ ଦାଦା ପୁତୁରା ଆଜି ସକାଳେ ଏକ ବାଇକ ଯୋଗେ ଗାଡି କିସ୍ତି ଦେବାକୁ କାମାକ୍ଷାନଗର ଆସୁଥିଲେ। ଆସିବା ବାଟରେ ବନ୍ଦାଣିଆ ଛକ ନିକଟରେ ବାଇକଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ମହୁଲ ଗଛରେ ପିଟି ହୋଇଯାଇଥିଲେ । ଫଳରେ ଘଟଣାସ୍ଥଳରେ ଉଭୟ ଗୁରୁତର ଅବସ୍ଥାରେ ପଡିରହିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ଦାଦା ପୁତୁରାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଖବର ପାଇ କଙ୍କଡାହାଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବାଇକକୁ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି । ସେପଟେ ମୃତକଙ୍କ ପରିବାର ଦୁର୍ଘଟଣା ସମ୍ପର୍କରେ ଅବଗତ ଅଛନ୍ତି ନା ନାହାନ୍ତି ତାହା ସ୍ପଷ୍ଟ ହୋଇପାରିନି ।

ଗତ ମେ 1 ତାରିଖରେ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିଲା । ହାଇଓ୍ବା ଓ ମୋଟର ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ହୋଇଥିଲେ। ତେବେ ମୃତକ ଜଣଙ୍କ କୁଜଙ୍ଗ ଥାନା ବାଗୋଇ ଗ୍ରାମର ସୁବାସ ସ୍ବାଇଁ । ଆହତ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ସମାନ ଦିନରେ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣି ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିଲା । ବୋଲେରୋ ଓ ମିନି ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ୧୨ଜଣ ଗୁରୁତର ହୋଇଥିଲେ । ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଉକ୍ତ ୧୨ଜଣ ଦୁଇଟି ପରିବାରର ହୋଇଥିବା ବେଳେ ସମସ୍ତ ଆନ୍ଧ୍ରରୁ ନିଜ ଘରକୁ ଫେରୁଥିଲେ।

ଗତ ଏପ୍ରିଲ 28 ତାରିଖ ଦିନ ଅନୁଗୋଳ ଜିଲ୍ଲାର ବିକ୍ରମପୁର ଥାନା ଗୋବରା ଗାଁର ପ୍ରଧାନ ସାହିରେ ସଡକ ଦୁର୍ଘଟଣା ଖବର ସାମ୍ନାକୁ ଆସିଥିଲା । ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଜଣେ ବୃଦ୍ଧା ଓ ଦୁଇ ଶିଶୁଙ୍କ ଉପରେ ଚଢିଯାଇଥିଲା କାର । ଫଳରେ 3 ଜଣଙ୍କର ମୃତ୍ୟୁ ହୋଇଥିଲା ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details