ଓଡିଶା

odisha

ETV Bharat / state

ସପ୍ତଶଯ୍ୟା ମହୋତ୍ସବ ଉଦଘାଟିତ

ଢେଙ୍କାନାଳ ମିନି ଷ୍ଟାଡିୟମ ଠାରେ ଦୁଇଦିନ ଧରି ଦେବାଂଶୀ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ସପ୍ତଶଯ୍ୟା ମହୋତ୍ସବ ପାଳିତ ହେଉଛି ।

By

Published : Nov 11, 2019, 3:28 AM IST

ଢେଙ୍କାନାଳର ସପ୍ତଶଯ୍ୟା ମହୋତ୍ସବ ଉଦଘାଟନ

ଢେଙ୍କାନାଳ: ଆରମ୍ଭ ହୋଇଯାଇଛି ଢେଙ୍କାନାଳର ସପ୍ତଶଯ୍ୟା ମହୋତ୍ସବ । ଢେଙ୍କାନାଳ ମିନି ଷ୍ଟାଡିୟମ ଠାରେ ଦୁଇଦିନ ଧରି ଦେବାଂଶୀ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ସପ୍ତଶଯ୍ୟା ମହୋତ୍ସବ ପାଳିତ ହେଉଛି । ରବିବାର ସଂନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଢେଙ୍କାନାଳର ରାଜା ସାହେବ କାମାକ୍ଷା ପ୍ରସାଦ ସିଂହଦେଓ ଯୋଗ ଦେଇ ଏହି ଉତ୍ସବକୁ ଉଦଘାଟନ କରିଛନ୍ତି ।

ଢେଙ୍କାନାଳର ସପ୍ତଶଯ୍ୟା ମହୋତ୍ସବ ଉଦଘାଟନ

ଦୁଇଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବରେ ରାଜ୍ୟ ତଥା ଆନ୍ତଃର୍ଜାତୀୟ ଖ୍ୟାତିସମ୍ପନ୍ନ କଳାକାର, କଣ୍ଠଶିଳ୍ପୀ ଓ ନୃତ୍ୟଶିଳ୍ପୀମାନେ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରୁ ସୁନାମଧନ୍ୟ କଣ୍ଠଶିଳ୍ପୀ ତାନସେନ ସିଂହ ଓ ଶାନ୍ତିଲତା ଛୋଟରାୟଙ୍କୁ ସଙ୍ଗୀତ ସାଧନା ପାଇଁ ଚଳିତବର୍ଷର ରାଜ୍ୟସ୍ତରୀୟ ସପ୍ତଶଯ୍ୟା ସଙ୍ଗୀତ ସମ୍ମାନରେ ସମ୍ମାନିତ କରାଯାଇଛି ।

ଉତ୍ସବର ଶେଷ ପର୍ଯ୍ୟାୟରେ କଣ୍ଠଶିଳ୍ପୀମାନେ କଣ୍ଠ ଦାନ କରିଥିଲେ । ଏହି ଅବସରରେ ଗୁଞ୍ଜନ ଡ୍ୟାନ୍ସ ଏକିଡେମୀ ପକ୍ଷରୁ ନୃତ୍ୟଶିଳ୍ପୀମାନେ ନୃତ୍ୟ ପରିବେଷଣ କରିଥିଲେ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details