ଢେଙ୍କାନାଳ: କୋରୋନା ବିପଦ ଦିନକୁ ଦିନ ବଢିବାରେ ଲାଗିଛି । ଗୋଷ୍ଠୀ ସଂକ୍ରମଣ ଭୟ ମାଡିବସିଲାଣି । ରାଜ୍ୟରେ କୋରୋନା କାୟା ବିସ୍ତାର କରିବାରେ ଲାଗିଛି । ଏହି କ୍ରମରେ ମଙ୍ଗଳବାର ଢେଙ୍କାନାଳ ଜିଲ୍ଲାରେ ପୁଣି ୨ଜଣ କୋରୋନା ପଜିଟିଭ ଚିହ୍ନଟ । ସେପଟେ ୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛି ।
ଏହି ଦୁଇ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କର୍ଣ୍ଣାଟକରୁ ଆସିଥିବା ବେଳେ ଅନ୍ୟ ଜଣେ ବ୍ରହ୍ମପୁରରୁ ଆସି ହୋମ କ୍ବାରେଣ୍ଟାଇନରେ ରହୁଥିଲେ । ଏହି ଦୁଇ ଜଣ ଢେଙ୍କାନାଳ ପୌରାଞ୍ଚଳର ବୋଲି ଜଣାପଡିଛି । ସେମାନଙ୍କ ରିପୋର୍ଟ ଜୁଲାଇ ୧୩ ତାରିଖ ସନ୍ଧ୍ୟାରେ ପଜିଟିଭ ଆସିଥିଲା । ପଜିଟିଭ ଚିହ୍ନଟ ପରେ ଏହି ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ କୋଭିଡ ହସ୍ପିଟାଲକୁ ପଠାଯାଇଛି । ପରେ ସେମାନେ ରହୁଥିବା ଘର ଏବଂ ସଂଲଗ୍ନ ଅଞ୍ଚଳ ଗୁଡିକୁ ବିଶୋଧନ କରାଯାଇଛି ।